ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବଡ଼ଗୁର୍ଜିଭଟା ପୋଲ ନିକଟରେ ବେଆଇନ କଫ୍‌ସିରପ୍‌ କାରବାର ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ସେଠାରୁ ୧୦୦ ବୋତଲ କଫ୍‌ସିରପ୍‌ ଜବତ କରି ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ‌ହେଲେ ଲାଠୋର ଥାନା ଜାମଚୁଆଁ ଗାଁର କମଳାକାନ୍ତ ଖମାରୀ (୪୦ବର୍ଷ, ଜଗନ୍ନାଥ ଶବର(୧୮ବର୍ଷ), ସାହାଜପାଣି ଗାଁର ଧୋବା ମେହେର (୩୪ବର୍ଷ) ଓ ତୁରକେଲା ଥାନା ମହନିଲହ ଗାଁର ଧୁବଳେଶ୍ୱର ସାହୁ।

Advertisment

ଏମାନଙ୍କଠାରୁ କଫ୍‌ସିରପ୍‌ ସହ ୨ଟି ବାଇକ୍‌ (ଓଡି ୦୩ ୱାଇ ୨୯୭୩, ଓଆର୍‌ ୧୭ ଏଚ୍‌ ୯୪୯୦), ନଗଦ ୧୪ଶହ ଟଙ୍କା, ଗୋଟିଏ ଷ୍ଟ୍ରିପ୍‌ ନିଶା ବଟିକା ପୁଲିସ ଜବତ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ତୁରକେଲା ଥାନା ମଲିକଦରୋ ଗାଁର ତ୍ରିନାଥ ରଣା ଫେରାର୍‌ ଥିବା ପୁଲିସ ସୂଚନା ଦେଇଛି। ଏନେଇ ଥାନା କେସ୍‌ ନଂ ୯୪/୨୩ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।