ମାଲକାନଗିରି: ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇସାରିଲାଣି। ମାଲକାନଗିରି ଜିଲ୍ଲାରେ ଏବେ ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଲାଣି। ସକାଳ ୧୦ଟା ହେବା ମାତ୍ରେ ଲୋକେ ଆଉ ଘରୁ ପଦାକୁ ବାହାରିବାକୁ ଇଛା ପ୍ରକଟ କରୁନାହାନ୍ତି। ବର୍ତ୍ତମାନ ପୌର ନିର୍ବାଚନ ନେଇ ଜିଲ୍ଲା ସଦର ମହକୁମା ସରଗରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବଦାନ୍ୟ ବ୍ୟକ୍ତିମାନେ ଜଳଛତ୍ର ଖୋଲି ଲୋକଙ୍କୁ ପାଣିର ସୁବିଧା କରିଛନ୍ତି।
/sambad/media/post_attachments/wp-content/uploads/2022/03/Mkg-cold-water-machine-fixed-at-temple-2-909x1024.jpg)
ତେବେ ସ୍ଥାନୀୟ ସମାଜସେବୀ ହେମନ୍ତ ଜୈନ ମାଲକାନଗିରିର ପ୍ରବେଶ ଦ୍ବାରରେ ରହିଥିବା ମା’ଭୈରବୀ ମନ୍ଦିରରେ ଏକ ଥଣ୍ଡା ପାନୀୟ ଜଳ ମେସିନ ଲଗାଇଛନ୍ତି। ପାଣି ଟାଙ୍କି ବସାଇବା ସହ ଥଣ୍ଡା ପାନୀୟ ଜଳ ପାଇଁ ମଧ୍ୟ ମେସିନ ଲଗାଇଛନ୍ତି, ଯାହାଫଳରେ ମନ୍ଦିରକୁ ଆସୁଥିବା ଶତାଧିକ ଭକ୍ତ ଗ୍ରୀଷ୍ମ ଦିନରେ ଥଣ୍ଡା ପାନୀୟ ଜଳ ପାଇପାରିବେ।ଏଥିସହ ଏହି ରାସ୍ତା ଦେଇ ହଜାର ହଜାର ଗାଡି ଯିବା ଆସିବା କରୁଥିବାରୁ ଏଠାରେ ଲଗାଯାଇଥିବା ଥଣ୍ଡା ପାନୀୟ ଜଳ ସେମାନଙ୍କ ତୃଷ୍ଣାଙ୍କୁ ମେଣ୍ଟାଇବ ବୋଲି କୁହାଯାଇଛି।ତେବେ ହେମନ୍ତ ନିଜ ମାଆ ଧାପୁ ବାଇଙ୍କ ସ୍ମୃତିରେ ଏହି ମନ୍ଦିର ଠାରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି। ତାଂକର କହିବା ହେଲା ଶୋଷିଲା ବ୍ୟକ୍ତିଙ୍କୁ ପାଣି ପ୍ରଦାନ କଲେ ତୀର୍ଥ ଯିବା ଠାରୁ ଅଧିକ ପୂଣ୍ୟ ମିଳେ। ତେବେ ହେମନ୍ତଙ୍କ ଏହି ବଦାନ୍ୟତା ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/malkangiri-1.jpg)