ଘୁ.ଉଦୟଗିରି: ଜାଡ଼ରେ କମ୍ପୁଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଂଚଳ। ଗତକାଲି ଠାରୁ ପାରଦ କମିବାରେ ଲାଗିଛି। ଗୁରୁବାର ପାରଦ ୯.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ଏହା ହ୍ରାସ ପାଇ ୮.୪ ଡିଗ୍ରିକୁ ଖସିଛି। ଅପରାହ୍ନ ୪ଟା ପରେ ଶୀତ ଆରମ୍ଭ ହୋଇଯାଉଛି। ରାତିସାରା କୁହୁଡ଼ି ରହୁଥିବା ବେଳେ ଏହା ସକାଳ ୯ଟା ପର୍ଯ୍ୟନ୍ତ ଛାଡୁନାହିଁ। ଶୀତ ଯୋଗୁଁ ବୁଢ଼ା-ବୁଢ଼ୀଙ୍କୁ ଅଧିକ ହଇରାଣ ହେବାକୁ ପଡୁଛି। ଗ୍ରାମାଞ୍ଚଳର ବୁଢ଼ା-ବୁଢ଼ୀମାନଙ୍କୁ ସନ୍ଧ୍ୟା ପରେ ନିଆଁ ପାଖରେ ଦେଖିବାକୁ ମିଳୁଛି। ସନ୍ଧ୍ୟା ହେବା ମାତ୍ରେ ବଜାର ଖାଁ ଖାଁ ଲାଗୁଛି। ରାସ୍ତାଘାଟ ଜନଶୂନ୍ୟ ହେଇପଡୁଛି।
/sambad/media/post_attachments/wp-content/uploads/2019/12/Udaygiri1-1024x498.jpg)
ଗାଁଗୁଡ଼ିକରେ ଭୋର ସକାଳୁ ଲୋକମାନେ ନିଆଁ ଜଳାଇ ତା’ ଚାରିପାଖରେ ବସୁଥିବା ଦେଖାଯାଉଛି। ମୋଟାମୋଟି କହିବାକୁ ଗଲେ ସାରା ଅଂଚଳବାସୀ ପ୍ରବଳ ଥଣ୍ଡାରେ ଥରହର ହୋଇଯାଉଛନ୍ତି। ହାତ ଗୋଡ଼ କାଲୁଆ ମାରିଦେଉଛି। ଘରୁ ବାହାରକୁ ବାରହାରିବା କଷ୍ଟ କର ହୋଇ ଯାଉଛି। ଏପରିକି ବାଇକ ଚଲେଇବା ମଧ୍ୟ କଷ୍ଟଦାୟକ ହେଇପଡୁଛି।
/sambad/media/post_attachments/wp-content/uploads/2019/12/Udaygiri2.jpg)
ଅନ୍ୟପଟେ ଥଣ୍ଡା ଆରମ୍ଭ ହୋଇଯିବା ପରେ ଘୁ. ଉଦୟଗିରି ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଛି। ବଡ଼ଦିନ ପର୍ବ ନିମନ୍ତେ ବାହାରେ ରହୁଥିବା ଖ୍ରୀଷ୍ଟିୟ ପରିବାର ନିଜ ଘରୁକୁ ଆସିବାରେ ଲାଗିଛନ୍ତି। ପର୍ବ ପାଳନ ସହ ଶୀତର ମଜା ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ଉଦେଶ୍ୟ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Udaygiri.jpg)
