କେନ୍ଦ୍ରାପଡ଼ା: ପଡେ଼ାଶୀ ସାଲେପୁର ସ୍ବୟ˚ଶାସିତ ମହାବିଦ୍ୟାଳୟରେ ନାମଲେଖା ଫି’ ଆଦୌ ବଢ଼ିନାହିଁ। ଗତବର୍ଷ ଯାହା ଥିଲା ଏଥର ବି ସେୟା ଅଛି। କିନ୍ତୁ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଗତବର୍ଷ ତୁଳନାରେ ଏଥର ଯୁକ୍ତ ଦୁଇ ଓ ତିନି ପ୍ରଥମ ବର୍ଷ ନାମଲେଖା ଫି’ ୫୦ରୁ ୫୫ପ୍ରତିଶତ ଅଧିକ ବଢ଼ିଛି। ମାତ୍ର ୩୦ କିଲୋମିଟର‌୍‌ ବ୍ୟବଧାନ ଭିତରେ ଥିବା ରାଜ୍ୟର ଏହି ଦୁଇ ପ୍ରତିଷ୍ଠିତ କଲେଜର ନାମଲେଖା ଫି’କୁ ଅନୁଶୀଳନ କଲେ ଯେଉଁଭଳି ଆକାଶପାତାଳ ବ୍ୟବଧାନ ସାମ୍ନାକୁ ଆସିଛି, ତାହା ଚକିତ କଲା ଭଳି। ସାଲେପୁର ତୁଳନାରେ କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ନାମଲେଖା ଫି’ ପାଖାପାଖି ୬୦ପ୍ରତିଶତ ଅଧିକ ରହିଛି। ସରକାରୀ ଅନୁଦାନର ଘୋର ଅଭାବକୁ କାରଣ ଦର୍ଶାଇ ବିଭାଗୀୟ କର୍ତୃପକ୍ଷ ହୁଏତ ଫି’ ବୃଦ୍ଧିକୁ କଲେଜ ଆୟର ମୁଖ୍ୟ ସ୍ରୋତ କରିଦେଇପାରନ୍ତି, କିନ୍ତୁ ଏହା ଯେ ପରିଶୋଧ କରିବା ବହୁ ଗରିବ ମେଧାବୀ ପିଲାଙ୍କ ପରିବାର ପାଇଁ ବୋଝ, ତାହାକୁ ଅସ୍ବୀକାର କରାନଯାଇପାରେ। ଏ କଥା ନୁହେଁ ଯେ ସାଲେପୁର ଓ କେନ୍ଦ୍ରାପଡ଼ା କଲେଜ ମଧୢରେ ବଡ଼ ସାମଞ୍ଜସ୍ୟ ରହିଛି। ଉଭୟ ସରକାରୀ ଅନୁଦାନପ୍ରାପ୍ତ କଲେଜ ଏବ˚ ସ୍ବୟ˚ଶାସିତ ମାନ୍ୟତା ହାସଲ କରିଛନ୍ତି। ସିଟ୍‌ ସ˚ଖ୍ୟାକୁ ବିଚାରକୁ ନେଲେ ସାଲେପୁର ତୁଳନାରେ କେନ୍ଦ୍ରାପଡ଼ା ସ˚ଖ୍ୟା ଅଧିକ ରହିଛି। ସାଲେପୁରରେ ଯୁକ୍ତ ଦୁଇ ଓ ତିନି ଶ୍ରେଣୀର ସମୁଦାୟ ସିଟ୍‌ ସ˚ଖ୍ୟା ୧୭୨୮ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଏ ସ˚ଖ୍ୟା ହେଉଛି ୨୪୩୨। ଅର୍ଥାତ୍‌ ୭୨୮ସିଟ୍‌ ଅଧିକ ରହିଛି। କିନ୍ତୁ ସିଟ୍‌ ସ˚ଖ୍ୟା ଅଧିକ କାରଣରୁ ନାମଲେଖା ଫି’ ଅଧିକ ବୋଲି ଯଦି ଆମେ ଭାବିବା, ତାହା ମସ୍ତବଡ଼ ବୋକାମି ହେବ। କାରଣ, ଗତବର୍ଷର ପୁରୁଣା ଫି’ ସାଲେପୁରଠୁ ବି କମ୍‌ ଥିଲା। କଳା ଓ ବାଣିଜ୍ୟରେ ନାମଲେଖା ଫି’ ସାଲେପୁର କଲେଜଠୁ ୧୨୦୦ରୁ ଅଧିକ ଟଙ୍କା କମ୍‌ ଥିବା ବେଳେ ବିଜ୍ଞାନରେ ମାତ୍ର ୩୬ଟଙ୍କା ଅଧିକ ଥିଲା। ହେଲେ ଏଥର ସାଲେପୁରରେ ସେହି ପୁରୁଣା ଫି’ ବଳବତ୍ତର ରହିଥିବା ବେଳେ କେନ୍ଦ୍ରାପଡ଼ା କଲେଜ ପରିଚାଳନା ପରିଷଦ ଯେଉଁଭଳି ହାରରେ ଯୁକ୍ତ ଦୁଇ ଓ ତିନି ପ୍ରଥମବର୍ଷର ସବୁ ଶ୍ରେଣୀର ଫି’ ବଢ଼ାଇଛି, ତାହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଉଦାହରଣ ଭାବେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନକୁ ନିଆଯାଇପାରେ।

Advertisment

ସାଲେପୁର କଲେଜରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ନାମଲେଖା ଫି’ ଚଳିତବର୍ଷ ସାଧାରଣ ବର୍ଗଙ୍କ ପାଇଁ ୬,୩୪୬ ଟଙ୍କା ରହିଥିବା ବେଳେ ବିଜ୍ଞାନରେ ରହିଛି ୬,୫୮୬ଟଙ୍କା। ଦଳିତ ବର୍ଗର ପିଲାଙ୍କ ଫି’ ଏହାଠୁ ସାମାନ୍ୟ କମ୍‌ ରହିଛି। କିନ୍ତୁ କେନ୍ଦ୍ରାପଡ଼ା କଲେଜ ନାମଲେଖା ଫି' ଆଖି ତରାଟି ଦେବା ଭଳି। ସାଧାରଣ ବର୍ଗର ଯୁକ୍ତ ଦୁଇ କଳାର ବିନା ପ୍ରାକ୍ଟିକାଲ୍‌ ବିଷୟ ଫି’ କେନ୍ଦ୍ରାପଡ଼ାରେ ୭ହଜାର  ୬୫୯, ଗୋଟିଏ ପ୍ରାକ୍ଟିକାଲ୍‌ ୭ହଜାର ୮୨୯, ଦୁଇଟି ପ୍ରାକ୍ଟିକାଲ୍‌ ୭ହଜାର ୯୯୯ ରହିଥିବା ବେଳେ ବିଜ୍ଞାନରେ ତିନି ପ୍ରାକ୍ଟିକାଲ୍‌ ୧୦ହଜାର ୨୨୨, ଚାରି ପ୍ରାକ୍ଟିକାଲ୍‌ ୧୦ହଜାର ୩୯୨ ଏବ˚ ଆଇଟି ବିଷୟ ରଖିଲେ ୧୩ହଜାର ୨୨୨ରହିଛି। ବାଣିଜ୍ୟରେ ବିନା ପ୍ରାକ୍ଟିକାଲ୍‌ ବିଷୟ ନାମଲେଖା ଫି’ ୭ହଜାର ୬୭୯ ରହିଥିବା ବେଳେ କଷ୍ଟି˚ ଓ ଆକାଉଣ୍ଟି˚ ରଖିଲେ ୮ହଜାର ୩୪୯ ଏବ˚ ଆଇଟି ୧୦ହଜାର ୮୪୯ ରହିଛି। ଲକ୍ଷ୍ୟ କରିବାର କଥା ହେଉଛି, ସାଲେପୁରରେ ପ୍ରାକ୍ଟିକାଲ୍‌ ବିଷୟ ରଖିବା ଓ ନ ରଖିବା ପାଇଁ ଅଲଗା ଅଲଗା ଫି’ ନିଆଯାଉନଥିବା ବେଳେ କେନ୍ଦ୍ରାପଡ଼ାରେ କିନ୍ତୁ ଏହାକୁ ବିଭକ୍ତ କରାଯାଇ ନିଆଯାଉଛି। ସମାନ ବର୍ଗର ଦୁଇଟି କଲେଜରେ ନାମଲେଖା ଫି’ରେ ଏଭଳି ବିରାଟ ତାରତାମ୍ୟ ସବୁ ମହଲକୁ ଆଚମ୍ବିତ କରିଛି। ଖାସ୍‌ ସେଥିପାଇଁ ପୁରାତନ ଛାତ୍ରଙ୍କଠୁ ନେଇ ବିରୋଧୀ ରାଜନୈତିକ ଦଳ, ବୁଦ୍ଧିଜୀବୀ, ଅଭିଭାବକଙ୍କ ଯାଏ ଫି’ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି। ଏଭଳି ସ୍ଥିତିରେ ଯେଉଁ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି କେନ୍ଦ୍ରାପଡ଼ା ଓ ସାଲେପୁର ସମାନ ବର୍ଗର ସରକାରୀ ଅନୁଦାନପ୍ରାପ୍ତ କଲେଜ ହୋଇଥିବା ବେଳେ ନାମଲେଖା ଫି’ରେ ଏଭଳି ଆକାଶପାତାଳ ବ୍ୟବଧାନ କାହିଁକି? କାହିଁକି କର୍ତୃପକ୍ଷ ଫି’ ବଢ଼ାଇବା ପୂର୍ବରୁ ନିଜ ସମକକ୍ଷ ଅନ୍ୟ କଲେଜ ଗୁଡ଼ିକର ନାମଲେଖା ଫି’କୁ ଅନୁଧ୍ୟାନ କଲେ ନାହିଁ? ମାତ୍ର ୩୦କିଲୋମିଟର ଦୂରରେ ଥିବା ସାଲେପୁର ଯଦି ନିଜ ପୂର୍ବବର୍ଷ ଫି’କୁ ବଳବତ୍ତର ରଖିପାରିଲା, ତା’ହେଲେ କେନ୍ଦ୍ରାପଡ଼ାରେ ଏଭଳି କି’ ଜରୁରି ଆବଶ୍ୟକତା ପଡ଼ିଲା ଯେ ଏକାଥରକେ ୫୦ରୁ ୫୫ପ୍ରତିଶତ ଫି’ ବଢ଼ାଇବା ଭଳି ଅପରିଣାମଦର୍ଶୀ ନିଷ୍ପତ୍ତି ନେଇଗଲେ? ବର୍ତ୍ତମାନ କଲେଜ ଅଧୢକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଯଦିଓ ତାଙ୍କ ପୂର୍ବବର୍ତୀ ଅଧୢକ୍ଷ ଫି’ ବଢ଼ାଇ ଯାଇଛନ୍ତି ବୋଲି କହି ନିଜ ଦୋଷ ଖସାଇ ଦେଉଛନ୍ତି, କିନ୍ତୁ ବର୍ଧିତ ଫି’କୁ ସବୁ ମହଲରୁ ବିରୋଧ ହେଉଥିବାରୁ ଶିକ୍ଷାନୁଷ୍ଠାନର ମୁଖ୍ୟ ହିସାବରେ ଅଧୢକ୍ଷ ଏହାର ଉତ୍ତରଦାୟିତ୍ବ କାହିଁକି ନେବେନି ବୋଲି ପ୍ରଶ୍ନ ଉଠୁଛି।

ଜିଲ୍ଲାପାଳଙ୍କ ସହ ଅଧୢକ୍ଷଙ୍କ ଆଲୋଚନା, କମିବ ନାମଲେଖା ଫି’!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ତିନି ନାମଲେଖା ଫି’ ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ଚାରିଆଡ଼ୁ ବିରୋଧ ହେବା ପରେ ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି। ଆଜି ସ˚ଧ୍ୟାରେ ଜିଲ୍ଲାପାଳ କଲେଜ ଅଧୢକ୍ଷଙ୍କୁ ଆବାସିକ କାର୍ଯ୍ୟାଳୟକୁ ଡକାଇ ବର୍ଧିତ ଫି’ ସ˚କ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି। କିଭଳି ଆଉ କେଉଁ ପରିସ୍ଥିତିରେ ନାମଲେଖା ଫି’କୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ୫୦ରୁ ୫୫ପ୍ରତିଶତ ବୃଦ୍ଧି କରାଗଲା ଆଉ ପରିଚାଳନା ସମିତି ଅନୁମୋଦନ କଲା, ସେ ସ˚ପର୍କରେ ଟିକିନିଖି ପଚାରି ବୁଝିବା ପରେ ଫି’ କମ୍‌ କରିବାକୁ ଜିଲ୍ଲାପାଳ କହିଛନ୍ତି। ଏଭଳି ସ୍ଥିତିରେ ଆସନ୍ତାକାଲି ପରିଚାଳନା ସମିତି ସଦସ୍ୟଙ୍କ ସହମତିରେ ଯୁକ୍ତ ଦୁଇ ଓ ତିନି ନାମଲେଖା ଫି’ କମ୍‌ କରାଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଅଧୢକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ଉଲ୍ଲେଖଥାଉକି’ ଜିଲ୍ଲାର ସର୍ବବୃହତ୍‌ ତଥା ରାଜ୍ୟର ପ୍ରମୁଖ କଲେଜ ହିସାବରେ କେନ୍ଦ୍ରାପଡ଼ା ପରିଗଣିତ ହେଉଥିବା ବେଳେ ଏଥର ଯେଉଁଭଳି ହାରରେ ଯୁକ୍ତ ଦୁଇ ଓ ତିନି ପ୍ରଥମ ବର୍ଷର ପିଲାଙ୍କ ନାମଲେଖା ଫି’କୁ ବଢ଼ାଯାଇଛି, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଗତବର୍ଷ ବିଜ୍ଞାନ ନାମଲେଖା ଫି’ ଜେନେରୋଲ ବର୍ଗଙ୍କ ପାଇଁ ୬ହଜାର ୬୮୪ଟଙ୍କା ରହିଥିଲା ବେଳେ ଏଥର ତାହା ଚାରିଟି ପ୍ରାକ୍ଟିକାଲ୍‌ ବିଷୟ ପାଇଁ ୧୦ହଜାର ୩୯୨ ଟଙ୍କା, ତିନିଟି ପ୍ରାକ୍ଟିକାଲ୍‌ ବିଷୟ ପାଇଁ ୧୦ହଜାର ୨୨୨ଟଙ୍କା ଏବ˚ ଆଇଟି ବିଷୟ ପାଇଁ ୧୩ହଜାର ୨୨୨ଟଙ୍କା ରଖାଯାଇଛି। ସେହିପରି ଯୁକ୍ତ ଦୁଇ କଳାରେ ନାମଲେଖା ଫି’ ୭୬୫୯ଟଙ୍କା ଥିବା ବେଳେ ଗୋଟିଏ ପ୍ରାକ୍ଟିକାଲ୍‌ ବିଷୟ ପାଇଁ ୭୮୨୯ ଏବ˚ ଦୁଇଟି ପ୍ରାକ୍ଟିକାଲ୍‌ ବିଷୟ ପାଇଁ ୭,୯୯୯ଟଙ୍କା ରହିଛି। ବାଣିଜ୍ୟରେ ବିନା ପ୍ରାକ୍ଟିକାଲ୍‌ରେ ନାମଲେଖା ଫି’ ୭୬୭୯ଟଙ୍କା ଥିବା ବେଳେ ସି ଏ ବିଷୟ ପାଇଁ ୮ହଜାର ୩୪୯ ଏବ˚ ଆଇଟି ବିଷୟ ପାଇଁ ୧୦ହଜାର ୮୪୯ଟଙ୍କା ନାମଲେଖା ଫି’ ରହିଛି। ଯୁକ୍ତ ତିନି କଳା, ବାଣିଜ୍ୟ ଆଉ ବିଜ୍ଞାନରେ ବି ଅନୁରୂପ ଭାବେ ଗତବର୍ଷ ତୁଳନାରେ ୫୦ପ୍ରତିଶତରୁ ଅଧିକ ବଢ଼ାଯାଇଛି। ଏହାକୁ ବିଭିନ୍ନ ମହଲରେ ବିରୋଧ ହେବା ସହିତ ଗଣମାଧ୍ୟମରେ ଲଗାତର ଖବର ପ୍ରସାରଣ ହେବା ପରେ ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କୁ ଡକାଇ ଜିଲ୍ଲାପାଳ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଅଧ୍ୟକ୍ଷ ପ୍ରଫେସର ବେହେରା କହିଛନ୍ତି ଯେ ଜିଲ୍ଲାପାଳ ଫି’ କମାଇବାକୁ ନିର୍ଦେଶ ଦେଇଛନ୍ତି। ତଦନୁଯାୟୀ, ଆସନ୍ତାକାଲି ପରିଚାଳନା ସମିତିର ସମସ୍ତ ସଦସ୍ୟଙ୍କ ସହମତିରେ ଫି’ କମ୍ କରାଯିବ। କିନ୍ତୁ ଏହି ରାଶି ପିଲାମାନଙ୍କୁ ଫେରାଯିବ ନାହିଁ। ବରଂ ସେମାନଙ୍କ ରି-ଆଡମିସନ୍‌ରେ ଭରଣା କରି ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି।