ଢେଙ୍କାନାଳ: ଜଙ୍ଗଲରୁ କଲେଜ ଛାତ୍ରଙ୍କ ମୃତଦେହ ଜବତ, ପ୍ରେମସମ୍ପର୍କରୁ ହତ୍ୟା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମନଈ ସଦାଶିବପୁର ଗାଁ ନିକଟ ଜଙ୍ଗଲରୁ ସିମନଈ କଲେଜରେ ପଢ଼ୁଥିିବା ଜଣେ ଛାତ୍ରଙ୍କ ଗଳିତ ମୃତଦେହ ଜବତ କରାଯାଇଛିି। ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତ ଛାତ୍ରଙ୍କ ବାପା ଅଭିଯୋଗ କରିଛନ୍ତି।

ପୁଲିସଠାରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବନମାଳିପ୍ରସାଦ ଗାଁର ରମେଶ ପ୍ରଧାନଙ୍କ ୨୧ ବର୍ଷର ପୁଅ ବିଦ୍ୟାଧର ପ୍ରଧାନ ସିମନଈ କଲେଜରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର୍ର ଛାତ୍ରଭାବେ ଅଧ୍ୟୟନ କରୁଥିଲେ । ଗତ ୧ ତାରିଖ ଦିନ ବିଦ୍ୟାଧର କଲେଜ ଯାଇ ଗୋଟିଏ କ୍ଲାସ କରି କଲେଜରୁ ପଳାଇ ଆସିଥିଲେ। ମାତ୍ର ସେ ଘରକୁ ଫେରି ନ ଥିଲେ। ତେବେ ୩୦ ତାରିଖ ଦିନ ଢେଙ୍କାନାଳର ଜଣେ ଯୁବତୀ ଶ୍ରୀ ପ୍ରଧାନଙ୍କ ଘରକୁ ଯାଇ ବିଦ୍ୟାଧର ତାଙ୍କୁ ୩ ବର୍ଷ ହେଲା ଭଲ ପାଉଛନ୍ତି। ଯଦି  ସେ  ସନ୍ଧ୍ୟା ସୁଦ୍ଧା ତାଙ୍କୁ ବିବାହ ନ କରନ୍ତି, ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇ ପଳାଇ ଆସିଥିଲେ। ମାତ୍ର ତା ପରଦିନ ଅର୍ଥାତ ୧ ତାରିଖରେ ବିଦ୍ୟାଧର ସନ୍ଧ୍ୟାସୁଦ୍ଧା ଘରକୁ ନ ଫେରିବାରୁ ତାଙ୍କ ବାପା ବିଦ୍ୟାଧରଙ୍କ ନିଖୋଜ ହେବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ କେତେକ ଗ୍ରାମବାସୀ ଜଙ୍ଗଲକୁ କାଠ ପାଇଁ ଯାଇଥିିବା ବେଳେ ବିଦ୍ୟାଧରଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏହି ପ୍ରେମ ସମ୍ପର୍କରୁ ବିଦ୍ୟାଧରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର