ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କଲେ ଜିଲ୍ଲାପାଳ

ବାରିପଦା: ସମଗ୍ର ଶିକ୍ଷା ମୟୂରଭଞ୍ଜ ଓ ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗନ ସଶକ୍ତୀକରଣ ସଂସ୍ଥା, ସିକନ୍ଦରାବାଦର ମିଳିତ ଆନୁକୁଲ୍ୟରେ ଦୁଇଦିନିଆ ଉପକରଣ ବଣ୍ଟନ ଶିବିର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ବିନୀଥ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ମୟୂରଭଞ୍ଜର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଦୋଷ କୁମାର ନାୟକ, ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗନ ସଶକ୍ତୀକରଣ ସଂସ୍ଥା କୋଲକତାର ଅଧ୍ୟାପକ ପ୍ରେମ କୁମାର ଓ ପରିମଲ ବେରା ଅତିଥୀ ଭାବରେ ଯୋଗ ଦେଇଥିଲେ।

ଜିଲ୍ଲା ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ ନିରଞ୍ଜନ ନାୟକ ଏହି କାର୍ୟ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଏହି ଉପକରଣ ସହାୟତାରେ ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷାକ୍ଷେତ୍ରରେ ଉପଯୋଗ କରିପାରିବେ ସେନେଇ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗନ ସଶକ୍ତୀକରଣ ସଂସ୍ଥା, ସିକନ୍ଦରାବାଦ ଦ୍ବାରା ଏଗୁଡ଼ିକୁ ବିନା ମୂଲ୍ୟରେ ପ୍ରଦାନ କରାଯାଇଛି।

ଜିଲ୍ଲାରେ ବିଭିନ୍ନ ସାଧାରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ୬୪ ଜଣ ବୌଦ୍ଧିକ ଅସମର୍ଥ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ଏବଂ ୩୩ ଜଣ ମସ୍ତିଷ୍କ ପକ୍ଷାଘାତ ଥିବା ଛାତ୍ରଛାତ୍ରୀଙ୍କୁ ଦୁଇଦିନ ଧରି ସହାୟକ ଉପକରଣ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ୟ୍ୟକ୍ରମରେ ସମଗ୍ର ଶିକ୍ଷାର ସମସ୍ତ ବି.ଆର.ଟି ଯୋଗଦାନ କରିଥିଲେ। ପ୍ରଦୀପ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଦଳେଇ, ରେଖାରଣୀ ଦାସ, ସୋନାଲିକା ନାୟକ, ବିରେନ୍ଦ୍ର କୁମାର ସାହୁ ପ୍ରମୁଖ କାଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର