ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ପାଖାପାଖି ୧୦,୫୦୦ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏହା ଶତକଡ଼ା ୮୦ ପ୍ରତିଶତରେ ପହଞ୍ଚି ସାରା ଭାରତରେ ରେକର୍ଡ ସୃଷ୍ଟି କରି ପାରିଛି। ଏହା ସହିତ ବହୁତ ସଂଖ୍ୟାରେ ଜିଲ୍ଲାର ଗ୍ରାମଗୁଡ଼ିକ ରେଡ୍ ଜୋନ୍ରୁ ଗ୍ରୀନ୍ ଜୋନ୍ରେ ପରିଣତ ହୋଇପାରିଛି। ଏହା ଜିଲ୍ଲା ପାଇଁ ଭଲ ଖବର ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
ଭିଡିଓ କନ୍ଫରେନ୍ସ ଜରିଆରେ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରି ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକ୍ସ୍ତରୀୟ ସମସ୍ତ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସେ ଜଣାଇଥିଲେ ଯେ, ଟେଷ୍ଟ ସଂଖ୍ୟାକୁ ବୃଦ୍ଧି କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଅଧିକାଂଶ ବ୍ଲକ୍ରେ ଆଣ୍ଟିଜେନ୍ ଟେଷ୍ଟ ବହୁତ ଭଲ ହୋଇଛି। ଯେଉଁ ବ୍ଲକ୍ରେ ଆଣ୍ଟିଜେନ୍ ଟେଷ୍ଟ ସଂଖ୍ୟା କମିଯାଇଛି ସେଠାରେ ବୃଦ୍ଧି କରିବା ଦିଗରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ବ୍ଲକ୍ରେ ଆଣ୍ଟିଜେନ୍ ଟେଷ୍ଟ ବହୁତ ଭଲ ହୋଇଛି। ଯେଉଁ ବ୍ଲକ୍ରେ ଆଣ୍ଟିଜେନ୍ ଟେଷ୍ଟ ସଂଖ୍ୟା କମିଯାଇଛି ସେଗୁଡ଼ିକ ବୃଦ୍ଧି ହେବ।
ବ୍ଲକ୍ଗୁଡ଼ିକରେ ଟେଷ୍ଟିଂ ସଂଖ୍ୟା କମିଯାଇଛି ସେଗୁଡ଼ିକ ବୃଦ୍ଧି କରିବା ଦିଗରେ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ୍ଗୁଡ଼ିକରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ଦିଗରେ ରେଡକ୍ରସ୍ ପାଣ୍ଟିରୁ ଅର୍ଥ ପ୍ରଦାନ କରାଯାଇଛି। ଯଦି ଆବଶ୍ୟକ ପଡେ ଅଧିକ ଅର୍ଥ ପ୍ରଦାନ କରାଯିବ। ସଚେତନତା କାର୍ଯ୍ୟକ୍ରମ ସହିତ ଟେଷ୍ଟ ନିମନ୍ତେ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଦୁଇଗୋଟି ଲେଖାଏଁ ମାସ୍କ ଦେବାକୁ କୁହାଯାଇଛି। ଟେଷ୍ଟିଂ ଅଞ୍ଚଳରେ ସେମାନେ ବସିବା ସକାଶେ ପ୍ଲାଷ୍ଟିକ୍ ଚୌକି ଦେଇ ସେମାନଙ୍କୁ ସମାଜିକ ଦୂରତା ବଜାୟ ରଖିବାକୁ ପ୍ରବର୍ତ୍ତାଇ ପ୍ରତି ପରିବାରରୁ ଜଣେ ବ୍ୟକ୍ତି ଯେମିତି ନିହାତି ଭାବରେ ଟେଷ୍ଟ କରିବେ ସେଦିଗରେ ନିଶ୍ଚିତ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ କହିଛନ୍ତି।
କୋଭିଡ ପରିଚାଳନା ଦିଗରେ ଯେଉଁ ବିଡିଓ ଓ ତହସିଲଦାରଗଣ ଭଲ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ଏହି ଅବସରରେ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦର୍ଶିନୀଙ୍କ ଉଦାହରଣ ଜିଲ୍ଲାପାଳ ଉପସ୍ଥାପନା କରିଥିଲେ। ଜାତୀୟ ସ୍ୱାସ୍ଥ୍ୟମିସନ୍ରେ କାର୍ଯ୍ୟରତ ଜିଲ୍ଲା ଯୋଜନା ପରିଚାଳକ(ଡିପିଏମ୍) ଶ୍ୟମ ସୁନ୍ଦର ତ୍ରିପାଠୀ କରୋନାରେ ସଂକ୍ରମିତ ଅବସ୍ଥାରେ ହୋମ୍ ଆଇସୋଲେସନ୍ରେ ରହି ମଧ୍ୟ କରୋନା ପରିଚାଳନା କାମକୁ ଅବହେଳା କରି ନ ଥିବା ହେତୁ ଜିଲ୍ଲାପାଳ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ ଓ ସେ କାର୍ଯ୍ୟରେ ଯୋଗ ଦେଇଥିବା ହେତୁ ତାଙ୍କୁ ସ୍ୱାଗତ କରିଥିଲେ।