ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ, ତୁଟୁନି ପାଚେରୀ ନିର୍ମାଣ ଅଡ଼ୁଆ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ତହସିଲଦାର ଇପସିତ ସାହୁ ଓ ଅନ୍ୟ ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଚିକିତ୍ସାଳୟର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ପ୍ରାୟ ଦୁଇ ଦଶନ୍ଧୀ ଧରି ଚିକିତ୍ସାଳୟ ଚାରିପଟେ ପାଚେରୀ ନିର୍ମାଣକୁ ନେଇ ଚାଲିଥିବା ଅଡ଼ୁଆ ଗଣ୍ଠୀ ଆଜି ମଧ୍ୟ ସମାଧାନ
ହୋଇପାରିନାହିଁ ।
ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ବେଳେ ଜିଲ୍ଲାପାଳ ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚିଥିଲେ । ଚିକିତ୍ସାଳୟର ପାଚେରୀ ନିର୍ମାଣକୁ ପ୍ରାଥମିକତା ଦେଇଥିଲେ । ତେବେ ଆଲୋଚନାରେ
ଏଡିଏମ୍ଓ (ମେଡିକାଲ୍) ବିଶ୍ୱମୋହନ ମିଶ୍ର କହିଥିଲେ ଯେ ତହସିଲ କାର୍ଯ୍ୟାଳୟ ପୂର୍ବରୁ ଅନେକ ଥର ପାଚେରୀ ନିର୍ମାଣ ପାଇଁ ମାପଚୁପ କରିଛି, କିନ୍ତୁ ନିର୍ଦ୍ଧାରିତ ଚିହ୍ନିତ ସ୍ଥାନ ସେମାନଙ୍କୁ ଜଣାଇନାହିଁ ।

ଏଥିରେ ଜିଲ୍ଲାପାଳ କ୍ଷୁବ୍ଧ ହୋଇ ତହସିଲଦାରଙ୍କୁ ତୁରନ୍ତ ଏହି କାର୍ଯ୍ୟ ଶେଷ କରିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ଚିକିତ୍ସାଳୟ କର୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅପରପକ୍ଷରେ,
ପାଚେରୀ ନିର୍ମାଣରେ ଯେଉଁ ଘରୋଇ ବ୍ୟକ୍ତିଙ୍କ ସମସ୍ୟା ରହୁଛି ସେମାନେ ମଧ୍ୟ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଦାବି ଜଣାଇଥିଲେ । ସେମାନଙ୍କ କହିବା କଥା ପାଚେରୀ ନିର୍ମାଣ ହେଉ, କିନ୍ତୁ ସେମାନଙ୍କ ଘରକୁ ଯିବାପାଇଁ ରାସ୍ତା ଛଡ଼ା ଯାଉ । ଶେଷରେ, ପାଚେରୀ ନିର୍ମାଣ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନଥିଲା ।

ଏହାପରେ ଜିଲ୍ଲାପାଳ ଏଡିଏମ୍ଓ (ମେଡିକାଲ୍)ଙ୍କ ପ୍ରକୋଷ୍ଠରେ ଚିକିତ୍ସାଳୟର କର୍ମଚାରୀ ସଂଖ୍ୟା, ଡାକ୍ତର ସଂଖ୍ୟା, ଶଯ୍ୟାର ସ୍ଥିତି ଆଦି ସମ୍ପର୍କରେ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର