ଯାଜପୁର: ଡଙ୍କାରୀ ପାହାଡ଼ରେ ପ୍ରଶାସନର ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରି ପାହାଡ଼ରେ ଚାଲିଥିିବା ବେଆଇନ୍‌ କ୍ରସର ଉପରେ ଆଜି ସକାଳୁ ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି। ବେଆଇନ କ୍ରସରଗୁଡ଼କୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଡଙ୍କାରି ପାହାଡ଼ରେ ୨୪ରୁ ଊର୍ଧ୍ୱ ଲାଇସେନ୍ସପ୍ରାପ୍ତ ଓ ବେଆଇନ କ୍ରସର କରିଛି। ତେବେ ଏଠାରେ କେନ୍ଦ୍ର ସରକାରଙ୍କ ଏକ ତୈଳ ପ୍ରକଳ୍ପ ହେବ ବୋଲି ସ୍ଥିର ହେବା ପରେ ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହିତ ଏଠାରେ ଥିବା ସମସ୍ତ ଲାଇସେନ୍ସ ପ୍ରାପ୍ତ ଓ ବେଆଇନ କ୍ରସର ବନ୍ଦ ସହିତ ଖଣିି ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ। ମାତ୍ର ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସର୍ବେଶ୍ୱର ବେହେରା ନାମକ ଜଣେ ସମାଜସେବୀ ଜାତୀୟ ଗ୍ରିନ ଟ୍ରିବୁନାଲରେ ଏ ନେଇ ମାମଲା ଦାୟର କରିଥିଲେ। ଗତ ୫ ତାରିଖରେ ଜାତୀୟ ଗ୍ରିନ ଟ୍ରିବୁନାଲ ଏ ନେଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ଜଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଆଜି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଓ ଏସପି ଚରଣ ସିଂହ ମୀନାଙ୍କ ନେତୃତ୍ୱରେ ପୁଲିସ ଓ ରାଜସ୍ୱ ବିଭାଗ ଅଧୀକାରୀମାନେ ଡଙ୍କାରୀ ପାହାଡ଼ ଅଞ୍ଚଳକୁ ଯାଇ ବେଆଇନ କ୍ରସରଗୁଡ଼ିକୁ ବନ୍ଦ କରିବା ସହିତ ସେଠାରେ ଚଢ଼ାଉ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର