ଶେରଗଡ଼: ଶେରଗଡ଼ ବ୍ଲକ୍ ଅଲାରିଗଡ଼ ଗ୍ରାମରେ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥ ପ୍ରତିଷ୍ଠା ପରେ ଶ୍ରୀଜିଉଙ୍କୁ ରଥ ଉପରକୁ ପହଣ୍ଡି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ରଥ ଉପରେ ଛେରା ପହଁରା କରିଥିଲେ। ଏହାପରେ ରଥଟଣା ଆରମ୍ଭ ହୋଇଥିଲା।

Advertisment

ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ବ୍ଲକ୍ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ତତ୍ତ୍ବବାଧାନରେ ଆୟୋଜିତ ଯାତ୍ରାରେ ବିଡିଓ ଶିବାଶିଷ ବରାଳ, ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ୍ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ହୀନ ବେହେରା ଓ ଜିପିଓ ରବି କୁମାର ପ୍ରମୁଖ ସାମିଲ ହୋଇଥିଲେ। ଆସନ୍ତାକାଲି ଠାରୁ ବାହୁଡ଼ା ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।