ଥୁଆପାଲି: ମଙ୍ଗଳବାର ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଭେଡ଼େନ ବ୍ଲକ୍ ଗସ୍ତ କରି ନୂତନ ଭାେବ ୫-ଟିରେ ସାମିଲ ହୋଇଥିବା ଧାତୁକପାଲି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ନବମ ଶ୍ରେଣୀକୁ ଯାଇ ଇଂରାଜୀ ବିଷୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବାବୁ, ସରପଞ୍ଚ ସୁରେନ୍ଦ୍ର କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଚିଚିଣ୍ଡା ରୋଏଲ ପାର୍କ, ସାପ୍ତାହିକ ବଜାର ବୁଲି ଦେଖିଥିଲେ। ଏହି ସମୟରେ ସରପଞ୍ଚ ସୀମା ମେହେର ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଗତ ରବିବାର ଦିନ ନକ୍ସଲ ପ୍ରବଣ ନିୟମଗିରି ଅଞ୍ଚଳକୁ ଯାଇ ସେଠାକାର ପରିସ୍ଥିତି ସଂପର୍କରେ ଅବଗତ ହୋଇଥିଲେ। ସେଠାରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନଙ୍କ ଜୀବନଯାପନ ଶୈଳୀ ଓ ସମସ୍ୟା ନେଇ ଅବଗତ ହୋଇଥିଲେ। ଉଭୟ ଜିଲ୍ଲାପାଳ ଓ ଏସ୍ପି ଦୁର୍ଗମ ଲାଖପଦର୍ ଅଞ୍ଚଳକୁ ଯାଇଥିଲେ। ଡଙ୍ଗରିଆଙ୍କ ସ୍ବାସ୍ଥ୍ୟ,ଶିକ୍ଷା ଓ ଗମନାଗମନ ଏବଂ ଜୀବନଶୈଳୀ ସଂପକରେ ପଚାରି ବୁଝିଥିଲେ। ଜିଲ୍ଲାପାଳ ନିୟମଗିରିର ଲାଖପଦରକୁ ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ଅଢ଼େଇ ଘଣ୍ଟା ରହିଥିଲେ। ଲାଖପଦର ଗ୍ରାମରେ ଉଭୟ ଆରକ୍ଷୀ ଓ ଜିଲ୍ଲାପାଳ, ନିୟମଗିରି ସୁରକ୍ଷା ସମିତିର ସଭାପତି ଓ ଯୁବ ସଭାପତି ସଂବୁର ହୁଇକା, ଡଙ୍ଗରିଆ ଯୁବ ନେତା ଡ୍ରିଞ୍ଜୁ ସହ ଗ୍ରାମବାସୀମାନଙ୍କ ନିକଟରେ ବସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଆଲୋଚନା କରିଥିଲେ।