ବାଙ୍ଗିରିପୋଷି: ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟପଦାର୍ଥର ଲୋକପ୍ରିୟତା ବଢ଼ାଇବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଜି ମୟୂରଭଂଜ ଜିଲ୍ଲା ଗସ୍ତକାଳରେ ମାଣ୍ଡିଆ ଖୁରୁମା ଓ ଲଡୁ ଖାଇଛନ୍ତି। ଅଧିକାରୀମାନେ ମାଣ୍ଡିଆ ଟ୍ରେସର ମେସିନ ଦେଖି ଶସ୍ୟ ପ୍ରସ୍ତସ୍ତିକରଣ ସଂପର୍କିତ ଜ୍ଞାନ ଆହୋରଣ କରିଛନ୍ତି।
Sambadମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକକୁ ରବିବାର ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ସଚିବ ଡ଼ଃ. ଅରବିନ୍ଦ ପାଢୀ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସହିତ ଏକ ପ୍ରତନିଧି ଦଳ ପରିଦର୍ଶନରେ ଆସି ବିଭିନ୍ନ ଅଞ୍ଚଳ ବୁଲିବାକୁ ଆସିଥିଲେ। ତାଙ୍କ ସହିତ ମିଲେଟ ମିଶନ ଉପରେ ବୃତ୍ତି ଚଳଚିତ୍ର ପ୍ରଯୋଜକ ରିକି କେଜି ସହିତ ତାଙ୍କ ଟିମ ରହିଥିଲେ। ପ୍ରଥମେ ଗୋଲାମୁଣ୍ଡାକଟା ପଞ୍ଚାୟତର ଶିମିଳା ଛକରେ ଅତିଥିମାନେ ପହଞ୍ଚିଲା ବେଳକୁ ବାଙ୍ଗିରିପୋଷି ବ୍ଲକ ଏସଏଚଜି ସଭାପତି ଚିତ୍ରସ୍ମିତା ପୁଟୀ, ବାବା ଶିମେଳେଶ୍ଵର ଗ୍ରୁପର ସଭାପତି କବିତା ଦେହୁରୀ, ସମ୍ପାଦକ ସୀତାମଣୀ ପାତ୍ର ସହିତ ଶତାଧିକ ମହିଳା ଗୋଷ୍ଠୀ ପୁଷ୍ପ ଗୁଛ ଓ ଚନ୍ଦନ ଟିପା ଦେଇ ସ୍ବାଗତ କରିଥିଲେ। ବାବା ଶିମେଳେଶ୍ଵର ମାଣ୍ଡିଆ ଦୋକାନରେ ସମସ୍ତ ପଦାଧିକାରୀମାନେ ମାଣ୍ଡିଆ ଖୁରୁମା ଓ ମିଠେଇ ଖାଇଥିଲେ। ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କ ସହିତ ଫୋଟ ଉଠାଇବା ସହିତ ପ୍ରତିନିଧି ଦଳର ଅଧିକାରୀ ମାନେ କାର୍ଯ୍ୟ ଦକ୍ଷତା କ୍ଷେତ୍ରରେ ଏସଏଚଜି ଗ୍ରୃପର ମହିଳା ମାନଙ୍କ ମନବୋଳକୁ ବଢ଼ାଇଥିଲେ।
ସେହିପରି ବୁଢୀଖମାରୀ ପଞ୍ଚାୟତର ଅଁଳାଯୋଡି ଗ୍ରାମରେ ଥିବା ବିନୋଦିନୀ ଏସଏଚଜି ଗ୍ରୁପର ସଭାପତି ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଆସିଥିବା ପ୍ରତିନିଧି ଦଳକୁ ପୁଷ୍ପ ଗୁଛ ଦେଇ ସ୍ଵାଗତ କରିଥିଲେ। ମହିଳାମାନେ ଚାଷ କରିଥିବା ମାଣ୍ଡିଆକୁ ଦେଖାଇବା ସହିତ କିପରି ମାଣ୍ଡିଆ ଟ୍ରେସର ମେସିନ ସାହାଯ୍ୟରେ ମାଣ୍ଡିଆ ପେଷା ହେଉଛି ତାହା ପ୍ରମୁଖ ସଚିବ ଡ଼ଃ ପାଢୀ ଚଳଚିତ୍ର ପ୍ରଯୋଜକ ରିକି କେଜିଙ୍କୁ ବୁଝାଇଥିଲେ।
ଏପରିକି ଅଞ୍ଚଳରେ ହୋଇଥିବା ଧାନ କ୍ଷେତକୁ ମଧ୍ୟ ଦେଖିଥିଲେ। ସେହିପରି ଏହି ବ୍ଳକର ନିଶ୍ଚିନ୍ତା ପଞ୍ଚାୟତ ସହିତ ଦିଘି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ ସମୟରେ କରିଥିଲେ। ପ୍ରଯୋଜକ ରିକି କେଜି ବୃତ୍ତି ଚଳଚିତ୍ର ନିର୍ମାଣ କରି ଦୁଇଥର ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଥିବା ବେଳେ ଏଥର ମଧ୍ୟ ମିଲେଟ ମିଶନ ଉପରେ ବୃତ୍ତି ଚଳଚିତ୍ର କରି ସମ୍ମାନୀତ ହୁଅନ୍ତୁ ବୋଲି ପ୍ରମୁଖ ସଚିବ ଡ଼ଃ.ପାଢୀ କହିଛନ୍ତି।
ଏହି ପରିଦର୍ଶନ ସମୟରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସହିତ ଜିଲ୍ଲା ପଦାଧିକାରୀ, ବାଙ୍ଗିରିପୋଷି ବିଡ଼ିଓ ସତ୍ୟବାନ ନାୟକ, ଏସଡିପିଓ ପି.ଟୋପୋ, ଥାନା ଅଧିକାରୀ କମଳାକାନ୍ତ ଦାସ, ଝାରପୋଖରିଆ ଆଇଆଇସି ପୁନେନ୍ଦ୍ର ଭୂଷଣ ନାୟକ, ସହକୃଷି ଅଧିକାରୀ ଅଳକା ସାହୁ, ସହିତ ବିଭାଗର ପଦାଧିକାରୀ ଉପସ୍ଥିତ ରହିବା ସହିତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/75622ade-ef39-4f2d-ae88-4da5b1c13548.jpg)