ରାୟଗଡା: ରାୟଗଡା ଜିଲ୍ଲା କୋଲନରା ବ୍ଲକର ଶେଷଖାଲ ଗ୍ରାମର ମରସାଲି ଶ୍ରୀନୁଙ୍କ ଏକ ମାତ୍ର ପୁଅ ସାଇ ଭାରତ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଖବର ଅନୁଯାୟୀ, ସାଇଭାରତ ପାର୍ବତୀପୁର ଏମଆର ନଗରମ୍ କୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଆଜି ଅପରାହ୍ନରେ ସେ ସାଙ୍ଗ ମାନଙ୍କ ସହ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ସାଇ ଭାରତଙ୍କୁ ପୋଖରୀରୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ତେବେ ମେଡିକାଲରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର।

Advertisment

ସାଇ ଭାରତ ଜଣେ ଭଲ ଛାତ୍ର ଥିବା ବେଳେ ବିଶାଖାପାଟଣମରେ ବି.ଟେକର ପ୍ରଥମ ବର୍ଷ ଛାତ୍ର ଥିଲେ। ଗାଁରେ ସେ ସବୁବେଳେ ଲୋକଙ୍କ ସେବା କରୁଥିବାରୁ ଲୋକେ ସାଇ ଭାରତକୁ ବେଶ ଭଲ ପାଉଥିଲେ। ଆଜି ଗାଁରେ ତାଙ୍କର ଶବ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡ କାନ୍ଦରେ ଫାଟି ପଡୁଥିଲା। ଗୋଟିଏ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।