କଟକ: ଜଗତପୁର ଥାନା ଅନ୍ତର୍ଗତ ଗଣପତି ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ପାର୍ଶ୍ଵ ଦିଗିସାହିସ୍ଥିତ ମହାନଦୀରେ ଗାଧୋଇବା ସମୟରେ ବୁଡ଼ିଯାଇ ଶୁକ୍ରବାର ଜଣେ କଲେଜ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଆସିତ ମହାନ୍ତି (୨୦)।
ସୂଚନା ଅନୁସାରେ ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମପଞ୍ଚାୟତ ଦିଗିସାହିର ଆସିତ ମହାନ୍ତି ସାଙ୍ଗମାନଙ୍କ ସହିତ ଗଣପତି ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ପାର୍ଶ୍ଵ ଦିଗିସାହିସ୍ଥିତ ମହାନଦୀରେ ଗାଧୋଇବାକୁ ଯାଇଥିଲେ। ଦିନ ୧୦ଟାରେ ସେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ନିଖୋଜ ହୋଇଥିଲେ। ଜଗତପୁର ଥାନା ପୁଲିସ ସହଯୋଗରେ ଚାଉଳିଆଗଞ୍ଜ ଦମକଳ ବାହିନୀ ସନ୍ଧ୍ୟା ପ୍ରାୟ ୫.୩୦ରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଖୋଜ ଆସିତଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତହେଦକୁ ପୁଲିସ ଏସ୍ସିବି ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/90a30b79-adce-4963-a05e-7500dea30ea8.jpg)