ବଅଁରପାଳ: ଘରଠାରୁ ଅଳ୍ପ ଦୂରରେ ପ୍ରବାହିତ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଥିବା କୁହାଯାଉଛି । ମୃତଦେହ ବୁଦାମୂଳରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅଂଚଳରେ ଆଜି ଏହି ଅଭାବନୀୟ ଲୋମ ଟାଙ୍କୁରା ଘଟଣା ଘଟିଛି ।
ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ପଞ୍ଚାୟତର ଗିରିଧିବାସିଆ ଗ୍ରାମରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କ ବାପା ପ୍ରଶାନ୍ତ କୁମାର ଭୋଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସାନ ଝିଅ ମଧୁସ୍ମିତା ଭୋଇ (୨୧) ସବୁଦିନ ପରି ଆଜି ସକାଳ୮ ଘଟିକା ସମୟରେ ନିଜ ଘର ପାଖ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ଏକୁଟିଆ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ସାନ ଭଉଣୀ ନଫେରିବାରୁ ବଡ଼ ଭଉଣୀ ମୋନାଲିସା ଭୋଇ ନାଳ ନିକଟକୁ ଯାଇ ଖୋଜାଖୁଜି କରି ସାନ ଭଉଣୀକୁ ପାଇନଥିଲେ। ଘରକୁ ଫେରି ପରିବାର ଲୋକଙ୍କୁ ସାନ ଭଉଣୀକୁ ନାଳ ନିକଟରୁ ଖୋଜା ଖୁଜି କରି ନପାଇବା ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ପରିବାର ସମସ୍ତ ଲୋକ ନାଳ ନିକଟକୁ ଖୋଜିବାକୁ ଯାଇଥିଲେ। ବହୁ ସମୟ ଖୋଜା ଖୁଜି କରିବା ପରେ ନାଳ ନିକଟରୁ କିଛି ଦୂରରେ ଏକ ବୁଦା ମୂଳେ ଡାଳ ପତ୍ର ଘୋଡ଼ା ହୋଇଥିବା ଅବସ୍ଥାରେ ମଧୁସ୍ମିତା ଭୋଇଙ୍କର ମରା ଶରୀର ପାଇଥିଲେ। ଦେହରେ କୌଣସି ବସ୍ତ୍ର ନଥିଲା ଓ ଯେଉଁ ଅବସ୍ଥାରେ ମଧୁସ୍ମିତାର ମୃତଦେହ ପାଇଥିଲେ ପରିବାର ଲୋକ ବୁଝି ଯାଇଥିଲେ ଯେ ମଧୁସ୍ମିତାକୁ ଦୁଷ୍କର୍ମ କରି ହତ୍ୟା କରି ଫିଙ୍ଗି ଦିଆଯାଇଛି।
/sambad/media/post_attachments/wp-content/uploads/2021/07/e7d6de3b-723a-4fbd-afc8-961bc45f437f.jpg)
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଛାତ୍ରୀଙ୍କ ବାପାଙ୍କର ଏତଲାକୁ ଆଧାର କରି ମାମଲା ରୁଜ୍ଜୁ କରି ସେହି ଗ୍ରାମର ଜଣେ ଯୁବକକୁ ଅଟକ ରଖି ଥାନାରେ ପଚରା ଉଚରାଚଳାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ସାଇଣ୍ଟିଫିକ ଦଳକୁ ଜଣାଇଛନ୍ତି ବୋଲି ଥାନା ଅଧିକାରୀ ନରେଶ ସାହୁ କହିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସାଇଣ୍ଟିଫିକ ଦଳ କିମ୍ବା ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ନଥିଲା କି ମୃତଦେହ ଘଟଣାସ୍ଥଳରୁ ଉଠି ନଥିଲା।
ସୂଚନା ଥାଉକି ମଧୁସ୍ମିତା ଅନୁଗୁଳ ସରକାରୀ କଲେଜରେ ସ୍ନାତକ କଳା ବିଭାଗର ଶେଷ ବର୍ଷର ଛାତ୍ରୀ ଥିଲେ। ସେ ଜଣେ ମେଧାବୀ ଛାତ୍ରୀ ଭାବରେ ପରିଚିତ ଥିଲେ। ସେ ପୁଲିସ ବିଭାଗରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଗିରିଧିବାସିଆ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ଫୁଲପଡା-ମହିଧରପୁର ରାସ୍ତାକୁ ଅବରୋଧ କରିଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ମଧ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/e7abf7d5-3765-4f5d-a32b-75d64fc05111.jpg)