ଭଦ୍ରକ: ବୁଧବାର ଠାରୁ ଆରମ୍ଭ ହୋଇଥିବା ଧାରଣା ଗୁରୁବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲିବ। କେହି ନଶୁଣିଲେ ନବୀନ ନିବାସ ଯିବେ। ମୁଖ୍ୟମନ୍ତ୍ରୀ ଆଗରେ କର୍ମଚାରୀ ଓ ଅବସର ନେଇଥିବା କର୍ମଚାରୀ ମାନେ ସେମାନଙ୍କର ନିର୍ଯାତନାର କଥା କହିବେ। ମୁଖ୍ୟମନ୍ତ୍ରୀ ଦାବି ନ ଶୁଣିଲେ କର୍ମଚାରୀମାନେ ତାଙ୍କ ଘର ଆଗରେ ଶେଷ ପର୍ଯ୍ୟନ୍ତ ବସି ରହିବେ। ଦାନାପାଣି ପାଇଁ ଏ ସଂଗ୍ରାମ ଚାଲିଛି, ଆଗକୁ ଏମିତି ଚାଲିବ। ମାସ ମାସ ଧରି ଦରମା ନପାଇ ବିନା ଦରମାରେ କଲେଜରେ କାମ କରୁଥିବା କର୍ମଚାରୀ ମାନଙ୍କୁ କାହିଁକି ସେମାନଙ୍କର ପ୍ରାପ୍ୟ ମିଳିବ ନାହିଁ ବୋଲି ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜର ଫାଟକ ଆଗରେ ଧାରଣାରେ ବସିଥିବା କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି।
ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବରପଦା କଲେଜ ସମ୍ପର୍କରେ ଅବଗତ ଥାଇ ମଧ୍ୟ କର୍ମଚାରୀଙ୍କ ଦୁଃଖ ଶୁଣିବାରେ ଟାଣ ଟୁଳ ନୀତି ଅବଲମ୍ବନ କରୁଛନ୍ତି। କାହାର ଚାପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଭଳି ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ଧାରଣାରେ ବସିଥିବା କର୍ମଚାରୀଙ୍କ ପରିବାର ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। କର୍ମଚାରୀମାନଙ୍କର ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ଏଇ ଧାରଣାକୁ ସବୁଆଡୁ ନୈତିକ ସମର୍ଥନ ମିଳିଛି।
ପ୍ରକାଶ ଥାଉକି, ବରପଦା ଇଞ୍ଜିନିୟରିଂ କେଲଜରେ ଦୀର୍ଘ୍ୟ ବର୍ଷ ହେଲା ପରିଚାଳନା କମିଟି ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କର୍ମଚାରୀମାନଙ୍କୁ ବକେୟା ଦରମା ପ୍ରଦାନ ଦାବିରେ ବାରମ୍ବାର ଧାରଣା ଦିଆଯାଇଛି। କଲଜରେ ଚାକିରି କରି ଅବସର ନେଇଥିବା କର୍ମଚାରୀଙ୍କର ବକେୟା ଦରମା କତ୍ତୃପକ୍ଷ ଦେଉ ନଥିବାରୁ ଏହାକୁ ନେଇ କଳେଜ କର୍ମଚାରୀ ମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ତ ହୋଇଥିଲେ। ମାତ୍ର ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଏଇ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟମାନେ ଗତକାଲି ବୁଧବାର ଠାରୁ ପୁଣି କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ବକେୟା ଦରମା ପ୍ରଦାନ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନରତ କର୍ମଚାରୀ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/afee46c7-d80f-40b0-96b1-86be107abc46.jpeg)