ବ୍ରହ୍ମଗିରି:  ସୋମବାର ଅପରାହ୍ନରେ ମଝି ଚିଲିକାରେ ଦୁଇଟି ପର୍ଯ୍ୟଟକ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଡଙ୍ଗାରେ ଥିବା ଦୁଇ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅପରାହ୍ନରେ ସାତପଡାରୁ ଏକ ପର୍ଯ୍ୟଟକ ଡଙ୍ଗାରେ ୮ ଜଣ ବଙ୍ଗୀୟ ପର୍ଯ୍ୟଟକ ଚିଲିକା ବୁଲିବାକୁ ଯାଇଥିଲେ ।

Advertisment

ପର୍ଯ୍ୟଟକ ଡଙ୍ଗାରେ ଚିଲିକା ବୁଲିବା ବେଳେ ପୂର୍ବରୁ ଚିଲିକାରେ ବୁଲୁଥିବା ଅନ୍ୟ ଏକ ପର୍ଯ୍ୟଟକ ଡଙ୍ଗା ସହିତ ସାମନା ପଟୁ ଧକ୍କା ହୋଇଥିଲା ।

ପୂର୍ବରୁ ବୁଲୁଥିବା ପର୍ଯ୍ୟଟକ ଡଙ୍ଗାରେ ବସିଥିବା ୮ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଦୁଇ ଜଣ ପର୍ଯ୍ୟଟକ ଡଙ୍ଗାରେ ପିଟି ହୋଇ ମୁଣ୍ଡ ଫାଟି ଯାଇଛି ।

ସେମାନଙ୍କ ମଧ୍ୟରେ ଜଣେ ମହିଳା ପର୍ଯ୍ୟଟକ ଥିବା ବେଳେ ଅନ୍ୟଜଣେ ପୁରୁଷ ରହିଥିବା ଜଣାପଡିଛି । ସୈାଭାଗ୍ୟବଶତଃ ଡଙ୍ଗା ଦୁଇଟି ଦୁର୍ଘଟଣାର ଶିକାର ହୋଇଥିଲେ ଚିଲିକାରେ ବୁଡି ନାହିଁ ।

 

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ ବିବାହ କଲେ ପ୍ରେମୀଯୁଗଳ; ସନ୍ଥ ଦେଲେ ଆର୍ଶୀବାଦ

ଦୁଇଟି ଡଙ୍ଗାରେ ଥିବା ଅନ୍ୟ ୧୪ଜଣ ପର୍ଯ୍ୟଟକ ସୁରକ୍ଷିତ ଭାବରେ କୂଳକୁ ଫେରିଛନ୍ତି । ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ପୁରୀ ସଦର ଚିକିତ୍ସାଳୟକୁ ପଠା ଯାଇଥିବା ଜଣାପଡିଛି । ତେବେ ଦୁଇଟି ଡଙ୍ଗାରେ ଥିବା ପର୍ଯ୍ୟଟକ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଡଙ୍ଗା ଚାଳକ ନିୟନ୍ତ୍ରଣ ହରାଇ ଅନ୍ୟ ଡଙ୍ଗାରେ ପିଟି ଦେଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲା ଓଡ଼ିଶା ୱାରିଅର୍ସ : ସୁର୍‌ମାକୁ ହରାଇ ପ୍ରଥମ ମହିଳା ହିଲ୍‌ ଟ୍ରଫି ହାତେଇଲା