ପୋଲସରା: ଗଂଜାମ ଜିଲ୍ଲାର ପୋଲସାର ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଓ ଚିରିଙ୍ଗିପଡ଼ା ଶାସନରେ ୨ ଜଣ ମହିଳା ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ଦେଖାଇଛନ୍ତି । କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଉଭୟ ସରପଞ୍ଚ ନିଜର ପଞ୍ଚାୟତରେ ଦିନକୁ ୧୯ ଘଣ୍ଟିଆ ସର୍ଟଡାଉନ ଘୋଷଣା କରିଛନ୍ତି । ଗତକାଲି ଦିନ ୧୨ଟା ଠାରୁ ଏହା ଆରମ୍ଭ ହୋଇଯାଇଛି । ଏବେ ଏହି ଦୁଇ ପଞ୍ଚାୟତରେ କେବଳ ସକାଳ ୭ଟାରୁ ଦିନ ୧୨ଟା ଯାଏଁ ୫ ଘଣ୍ଟା ପାଇଁ ଲୋକେ ଯାତାୟତ କରିପାରୁଛନ୍ତି ।

Advertisment

ଢୁଙ୍କାପଡ଼ାର ସରପଂଚ କୁନି ଜେନା ନିଜ ପଂଚାୟତରେ ୫ ଦିନ ପାଇଁ ସଟଡାଉନ ଘୋଷଣା କରିଥିବା ବେଳେ ଚିରିଙ୍ଗିପଡ଼ା ଶାସନ ପଂଚାୟରତ ସରପଂଚ ସୁଜାତା ସାହୁ ୭ ଦିନ ପାଇଁ ନିଜର ପଂଚାୟର୧୯ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି ।

publive-image

ସୂଚନାଯୋଗ୍ୟ, ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ପରେ ପୋଲସରା ପଂଚାୟତ ସମିତି ଅଧିନରେ ଥିବା ୫ଟି ପଂଚାୟତ ଏପର୍ଯ୍ୟନ୍ତ ସର୍ଟଡାଉନ ଘୋଷଣା କରିଛନ୍ତି । ପୂର୍ବରୁ ମନ୍ଦାର ପଂଚାୟତର ସରପଂଚ କାଳିଚାରଣ ନାୟକ ୭ ଦିନ ପାଇଁ, ମଧୁପଲ୍ଲୀ ପଂଚାୟତର ସରପଂଚ କସ୍ତୁରୀ କରଣ ୭ ଦିନ ପାଇଁ, କଳମ୍ବ ପଂଚାୟତର ସରପଂଚ ପ୍ରଶାନ୍ତ କୁମାର ପ୍ରଧାନ ଦିନକ ପାଇଁ ସର୍ଟଡାଉନ ଘୋଷଣା କରିଛନ୍ତି ।

କରୋନା ଭାଇରସ ସମଗ୍ର ବିଶ୍ୱରେ ମାରାତ୍ମକ ରୂପ ନେଇଥିବା ବେଳେ ଲକଡାଉନ ଏବେ ଶ୍ରେଷ୍ଠ ମାଧ୍ୟମ ପାଲଟିଛି । କିଛି ସ୍ଥାନରେ ଲୋକଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସର୍ଟଡାଉନ ମଧ୍ୟ ଜାରି କରୁଛନ୍ତି ।