ଆମ୍ବାଗୁଡ଼ାଛକରେ ପାଣି ଜମା: କଲଭର୍ଟ ନିର୍ମାଣଦାବି କଲା ବିଜେପି, ଜାଲ ପକାଇ ମାଛ ଧରି ବିକ୍ଷୋଭ ପ୍ରଦର୍ଶନ

ଜୟପୁର: ଜୟପୁରରୁ ବୋରିଗୁମ୍ମା ଯାଇଥିବା ଜାତୀୟ ରାଜପଥ ୨୬ର ନବିକରଣ ଓପ୍ରଶସ୍ତିକରଣ କାମ ଚାଳିଛି। ଏହି କ୍ରମରେ ଆମ୍ବାଗୁଡ଼ା ଛକରେ ରାସ୍ତା ବହୁ ଉଚ୍ଚା ହୋଇଯାଇଛି। ଆମ୍ବାଗୁଡ଼ା ଗାଁ ରାସ୍ତା ଏହି ରାସ୍ତା ଠାରୁ ବହୁ ଉଚ୍ଚତାରେ ରହିଛି। ଫଳ ସ୍ବରୁପ ସାମାନ୍ୟ ବର୍ଷା ହେବା ମାତ୍ରକେ ଗାଁ ସମ୍ମୁଖରେ ପୋଖରୀ ଭଳି ପାଣି ଜମା ହୋଇ ରହୁଛି। ଏଠାରେ ବସ ବାସ କରୁଥିବା ଲୋକଙ୍କ ଘର ଓ ଦୋକାନ ମଧ୍ୟକୁ ପାଣି ପଶି ଯାଉଛି।

ଏହି ପାଣି ନିଷ୍କାସନର ବ୍ୟବସ୍ଥା କରିବା ପାଇଁ ଏଠାରେ କଲଭର୍ଟ ନିର୍ମାଣ କରିବାକୁ ବିଜେପି ଏବଂ ଅଂଚଳବାସୀଙ୍କ ପକ୍ଷରୁ ସରପଂଚ, ବିଡିଓ, ଏନଏଚ କର୍ତ୍ତୃପକ୍ଷ, ତେଲିଙ୍ଗିରୀ ଜଳସେଚନ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ତେବେ ଏମାନେ କିଛି ପଦକ୍ଷେପ ନେଇ ନଥିବାରୁ ଆଜି ବିଜେପିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, ବିପଦ ଭଞ୍ଜନ ଦାସ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଅଜିତ ଶାହା, ଏଚ ବିଜୟ, ମାଧବ ଗାଦବା, କୁମାର, ପରେଶନାଥ, ଅନିଲ ମହାନ୍ତି, ଅଜିତ ବୈରାଗୀ, ଅନିଲ ଦାଶ, ସନ୍ତୋଷ ପଟନାୟକ, ମଧୁସୂଦନ ମାଳି, ମନୀଷା ମୁଦୁଲି,ବିଜୟ ଦାଶ, ସୁଜିତ ରାୟ, ପିଣ୍ଟୁ ନାୟକ, ସୁଶୀଲ ହନ୍ତାଳ, ସାବିତ୍ରୀ ଗାଦବା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଠାରେ ଜାଲ୍ ପକାଇ ଗୌତମ ମାଛ ବି ଧରିଥିଲେ।

ଏହା ପରେ ତେଲିଙ୍ଗିରୀ ପ୍ରକଳ୍ପର ଅଧିକାରୀଙ୍କ ସହ ବିଜେପି ନେତା ମାନେ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ ଅଧିକାରୀ ଏବଂ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମନ୍ୱୟ ରଖି ଜାତୀୟ ରାଜପଥରୁ ଆମ୍ବାଗୁଡା ମୁଖ୍ୟ ପ୍ରବେଶପଥ ଛକଠାରେ କଲଭର୍ଟ ଓ ନାଳ ନିର୍ମାଣ, ଗ୍ରାମ୍ୟ ରାସ୍ତାର ନବକଳେବର କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ଏହି ରାସ୍ତା ଉପରେ ଆମ୍ବାଗୁଡା, ହାଡିଆ, ଜାମୁଣ୍ଡା,କଙ୍ଗା, ବଡ ଜୀଉନା ପଞ୍ଚାୟତବାସୀ ନିର୍ଭର। ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ବିଜେପି ନେତା ଗୌତମ ଦାବି କରିଛନ୍ତି। ଦାବି ପୁରଣ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର