କଟକ: କଟକ ଜିଲ୍ଲାରେ ଏବେ ଦେଖା ଦେଇଛି ମାଓବାଦୀଙ୍କ ଗତିବିଧି। ଏହିପରି ଗୁଇନ୍ଦା ସୂଚନା ପାଇବା ପରେ ସତର୍କ ହୋଇ ଉଠିଛି ପୁଲିସ। ଆଠଗଡ଼ ଉପଖଣ୍ଡର ନରସିଂହପୁର ଅଞ୍ଚଳରେ ଅନୁଗୁଳ ଜିଲ୍ଲାକୁ ଲାଗି ଥିବା ଜଙ୍ଗଲରେ ଆଜି ସକାଳୁ ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) କୁମ୍ବିଂ ଅପରେସନ୍ ଆରମ୍ଭ ହୋଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ କଟକ ଜିଲ୍ଲା ନରସିଂହପୁର ଥାନା ଓ ଅନୁଗୁଳ ଜିଲ୍ଲା ପୁରୁଣାକୋର୍ଟ ଅଞ୍ଚଳକୁ ଲାଗି ରହିଥିବା ଜଙ୍ଗଲରେ କେତେକ ସନ୍ଦିଗ୍ଧ ମାଓବାଦୀ ବୁଲାଚଲା କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିଥିଲେ। ଏେ ନଇ ଗୁଇନ୍ଦା ବିଭାଗ ପକ୍ଷରୁ ମଧ୍ୟ ପୁଲିସକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଆଜି ସକାଳେ ସିଆରପିଏଓର ଏକ ପ୍ଲାଟୁନ୍ ଫୋର୍ସ ନରସିଂହପୁର ଥାନା ଅନ୍ତର୍ଗତ ଜିଲିଣ୍ଡା ପଞ୍ଚାୟତର ବାଲିପୁଟ ଓ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ କୁମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିବା ଆଠଗଡ଼ ଏସଡିପିଓ ପ୍ରତାପ ଚନ୍ଦ୍ରପାଲ କହିଛନ୍ତି।
ମାଓବାଦୀ କ୍ୟାମ୍ପ: କଟକ ନରସିଂହପୁର ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି
/sambad/media/post_attachments/wp-content/uploads/2017/10/Naxalite-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)