କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ 

ଛତ୍ରଭଙ୍ଗ ହେଲେ ୨୦ ରୁ ୨୫ ମାଓବାଦୀ, ବିପୁଳ ପରିମାଣର ମାଓସାମଗ୍ରୀ , ବନ୍ଧୁକ ଓ ଗୁଳି ଜବତ  

ଭବାନୀପାଟଣା: କଳାହାଣ୍ଡି- କନ୍ଧମାଳ ସୀମାନ୍ତର ମଦନ ପୁର ରାମପୁର ଥାନା ଅନ୍ତର୍ଗତ ଜାରକା ରିଜର୍ଭ ଜଙ୍ଗଲ ଓ ବୁରହାନି ରିଜର୍ଭ ଜଙ୍ଗଲରେ ଗତ ସେପ୍ଟେମ୍ବର ୧୫ ଓ ୧୬ ତାରିଖ ଦୁଇଦିନ ଧରି ଉଭୟ ଜିଲ୍ଲା ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସର୍ଚ୍ଚ ଅପରେସନରେ କନ୍ଧମାଳ ଜିଲ୍ଲା ପଟୁ ଦୁଇ ବାଟାଲିୟନ ଫୋର୍ସ ଏବଂ କଳାହାଣ୍ଡି ଜିଲ୍ଲା ପଟୁ ୩ ବାଟାଲିୟନ ଏସଓଜି ଫୋର୍ସ, ୨ ବାଟାଲିୟନ ସିଆରପିଏଫ  ଓ ୨ ବାଟାଲିୟନ କୋବ୍ରା ଫୋର୍ସ ସାମିଲ ହୋଇ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଉଭୟ ପଟୁ ଘଂଚ ଜଙ୍ଗଲ ମଧ୍ୟରେ କମ୍ବିଂ ଅପରେସନ ସମୟରେ ୨୦ ରୁ ୨୫ ମାଓବାଦୀ ଥିବା ଅନୁମାନ କରିଥିଲେ ।

 

ମାଓବାଦୀମାନଙ୍କ ତରଫରୁ ପ୍ରଥମେ ପୁଲିସ ଉପରେ ଆକ୍ରମଣ କରିଥିଲେ । ପୁଲିସ ପକ୍ଷରୁ ଉଭୟ ପଟୁ ସୀମାନ୍ତରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ବର୍ଷଣ କରାଯାଇଥିଲା । ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗୋଟିଏ ଇନସାସ ରାଇଫଳ, ୯ ଟି ୫.୫୬ ମି ମି  ଗୁଳି, ଗୋଟିଏ ମାଓ ଡ୍ରେସ, ୨ ଟି ମାଗାଜିନ, ଗୋଟିଏ କଲା ବେଲ୍ଟ, ମାଓ ପ୍ରଚାରପତ୍ର, ଗୋଟିଏ ଏମୁନେସନ ପାଉଚ, ୩ ଟି ହାବର ସକ, ଇଲେକଟ୍ରି ତାର ବ୍ୟାଟେରୀ ସମେତ ଅନ୍ୟାନ୍ୟ ଔଷଧ ସାମଗ୍ରୀ ଜବତ କରାଯାଇଛି । ଉଭୟ ଜିଲ୍ଲା ପୁଲିସ ପକ୍ଷରୁ କମ୍ବିଙ୍ଗ ଅପରେସନ କୁ ଜୋରଦାର କରାଯାଇଛି । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର  ମାଓବାଦୀ ମାନେ ରାଜ୍ୟ ସରକାର ଓ ପୁଲିସ ନିକଟରେ ଆତ୍ମସମ୍ପର୍ପଣ କରିବା ପାଇଁ ଆହ୍ଵାନ ଦେବା ସହ ସରକାର ଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦିଆଯିବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ୬୪ ସିଆରପିଏଫ ବାଟାଲିୟନ କମାଣ୍ଡର ବିପ୍ଳବ ସରକାର ଓ କୋବ୍ରା ବାଟାଲିୟନର ଡେପୁଟି କମାଣ୍ଡର ପଙ୍କଜ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ  ।
ସମ୍ବନ୍ଧିତ ଖବର