ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଠାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଜିଲ୍ଲାସମିତି ଗଠନ କରାଯାଇଛି। ଏଥିରେ ଜିଲ୍ଲାସଂଯୋଜକ ଭାବେ କମଳାକାନ୍ତ ବିଶ୍ବାଳ, ସହସଂଯୋଜକ ଭାବେ ଜୟ ଶଙ୍କର ପ୍ରସାଦ ଖାଡଙ୍ଗା, ସୌମ୍ୟନ୍ଦ୍ର ପାଢ଼ୀ, ପାଳକ ଭାବେ ଆଇନଜୀବୀ ସୁଧାଂଶୁ କୁମାର ପାଢ଼ୀଙ୍କୁ ଚୟନ କରାଯାଇଥିଲା। ବୈଠକରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ପ୍ରତିଷ୍ଠା ଉତ୍ସବ ଆସନ୍ତା ଜାନୁଆରି ୨୨ତାରିଖରେ ହେଉଥିବାରୁ ଜିଲ୍ଲାର ପ୍ରତ୍ୟେକ ପରିବାରକୁ ନିମନ୍ତ୍ରଣ କରିବାକୁ ନିଷ୍ପତି ହୋଇଥିଲା। ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳ ଓ ଫଟୋ ବିତରଣ କରିବା ସହ ପ୍ରତ୍ୟେକ ପରିବାର ୫ଟି ଦୀପ ମନ୍ଦିର ପ୍ରତିଷ୍ଠା ଦିନ ପ୍ରଜ୍ବଳନ କରିବା ପାଇଁ ଅନୁରୋଧ କରିବାକୁ ନିଷ୍ପତି ନିଆଯାଇଥିଲା।
ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଜିଲ୍ଲାସମିତି ଗଠନ
/sambad/media/post_attachments/wp-content/uploads/2023/11/jpr-sarswati-vidya-mandir-1.jpg)