କୋରାପୁଟରେ କୃଷି ଉତ୍ପାଦନ କମିସନର ଅରବିନ୍ଦ ପାଢୀ, କୃଷି ବିଭାଗର ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

କୋରାପୁଟ: କୋରାପୁଟର ପ୍ରକୃତି, ପରିବେଶ, ମାଟି ଓ ଜଳବାୟୁର ସ୍ବତନ୍ତ୍ରତା ରହିଛି। ଜିଲ୍ଲାରେ କୃଷି ଉତ୍ପାଦନକୁ ଦ୍ବିଗୁଣିତ ବୃଦ୍ଧି କରି ଚାଷୀଙ୍କ ଅର୍ଥନୈତିକ ସ୍ତିତିର କିଭଳି ଉନ୍ନତି ଅଣାଯାଇପାରିବ ସେ ସମ୍ପର୍କ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ସେଥିନେଇ ଯୋଜନା ପତ୍ସ୍ତୁତ କରାଯିବ ବୋଲି କୃଷି ଉତ୍ପାଦନ କମିଶନର ତଥା ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ କହିଛନ୍ତି। ଦୁଇଦିନିଆ ଗସ୍ତରେ ଆସି ପ୍ରଥମେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସମୀକ୍ଷା କରିଥିଲେ।

Sambad

କୃଷି, ଉଦ୍ୟାନ ଜୃଷି, ହସ୍ତତନ୍ତ, ବୟନଶିଳ୍ପ, କୁଟୀରଶିଳ୍ପ, ମତ୍ସସମ୍ପଦ, ଟସରଶିଳ୍ପ, କଫି, ମିଲେଟ ମିଶନ, ଜଳ ଛାୟା ପ୍ରକଳ୍ପ, କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ପରେ କ୍ଷେତ୍ର ପରିଦର୍ଶନ କରିବା ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର