ଜୟପୁର: ବିଧାୟକ ପାଣ୍ଟିରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ନିର୍ମାଣ କରାଯାଇଥିବା କ୍ୟାଣ୍ଟିନ୍ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ବାଳିକା କମନ୍ ରୁମକୁ ବିଧାୟକ ତାରାପ୍ରସାଦ ବାହିନୀପତି ଲୋକାର୍ପଣ କରିଛନ୍ତି। ବିଶ୍ବବିଦ୍ୟାଳୟର ଓଏସଡି ଡ.ଦେବୀ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର, ପିଜି କାଉନସିଲ ମୁଖ୍ୟ ଡ.କୀଚକ ‌ଚନ୍ଦ୍ର ଜେନା, ଅଧ୍ୟାପକ ଲକ୍ଷ୍ମଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Advertisment

publive-image

ସେଭଳି ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିବେକାନନ୍ଦ ସୁନାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓକର୍ମଚାରୀ ଉପସ୍ଥିତ ଥିଲେ। ଉଭୟ କାର୍ଯ୍ୟକ୍ରମରେ ପିଏଆଇଟିଡିଏ ପ୍ରଣୟ ରଂଜନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଚୈତନ୍ୟ ପ୍ରସାଦ ଭାସ୍କେ ଉପସ୍ଥିତ ଥିଲେ।