ଜୟପୁର: କୋରାପୁଟ ଜିଲ୍ଲା ଘରୋଇ ବସ କର୍ମଚାରୀ ସଂଘ ୪ଜଣ ମୃତ ଘରୋଇ ବସ ଚାଳକ ଓ କଣ୍ଡକ୍ଟରଙ୍କ ପରିବାରକୁ ଆର୍ଥିକ ସହାୟତାର ହାତ ବଢ଼ାଇଛି। କରୋନା ସଂକ୍ରମଣ ପାଇଁ ଯଦିଓ ବସ ଗୁଡ଼ିକ ପୂର୍ବ ପରି ଚଳାଚଳ କରୁନି। ଏହା ବାଦେ ମଧ୍ୟ କର୍ମଚାରୀ ମାନେ ସଂଘ ଜରିଆରେ ମିଳିତ ଭାବେ ସହଯୋଗ କରିବାକୁ ନିଷ୍ପତି ନେଇଥିଲେ। ଏହି କ୍ରମରେ  ବୋରିଗୁମ୍ମାର ଦେବେନ୍ଦ୍ର ନାଥ ପଟ୍ଟନାୟକଙ୍କ ପରିବାରକୁ ୨୦ହଜାର ଦିଆଯାଇଥିଲା। ସେଭଳି  କୋଟପାଡ଼ର ନରସିଂହ, ବେଣାସୁରର ଶିବ ପଟ୍ଟନାୟକ ଓ ଜୟପୁର ସୌରାସାହିର ଲୁଲୁଙ୍କ ପରିବାରକୁ ୧୦ହଜାର ଲେଖାଏଁ ଦିଆଯାଇଥିଲା। ସଂଘର ସାଧାରଣ ସଂପାଦକ ରାଜୀବ ଟାକ୍ରୀ, ଶିବରାମ ବେହେରା, ରମେଶ ଚନ୍ଦ୍ର ପାତ୍ର, ରାମନାଥ ଲାଲ, ଗଗନ ପାଢ଼ୀ, ସୁରେନ୍ଦ୍ର ଦତ୍ତ(ଗଣି), ଅନନ୍ତ ରାମ ବେହେରା, ଓ ରବିନ୍ଦ୍ର ନାୟକ ପ୍ରମୁଖ ଉପରୋକ୍ତ ସହକର୍ମୀ ମାନଙ୍କ ଘରକୁ ଯାଇ ଏହି ସହାୟତା ବିତରଣ କରିଥିଲେ। ସଂଘର ଏଭଳି ସହଯୋଗକୁ ସାଧାରଣରେ ପ୍ରଶାଂସା କରାଯାଇଛି।