ବାରିପଦା :ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ବାହାଦୂରପୁର ଗ୍ରାମରେ ଚାର୍ଯ୍ୟ ହୋଇଥିବା ବିଦ୍ୟୁତ୍ ଖୁଣ୍ଟର ଆର୍ଥିଂ ତାର ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁ କନ୍ୟା ମୃତ୍ୟୁ ମାମଲାରେ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବିକ ଅଧିକାର କମିଶନର । ଏଥି ସହିତ ଓଡ଼ିଶା ମୁଖ୍ୟ ଶାସନ ସଚିବ ଏହି ଅର୍ଥ ରାଶିକୁ ଆସନ୍ତା ୮ ସପ୍ତାହ ମଧ୍ୟରେ ପ୍ରଦାନ କରିବା ପରେ କମିଶନରଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖବରର ବିବରଣୀରୁ ପ୍ରକାଶ, ୨୦୧୯ ଫନି ବାତ୍ୟା ଚାଲିଯିବା ପରେ ପରିସ୍ଥିତି ସ୍ୱଭାବିକ ହେବା ଆରମ୍ଭ କରିଥିଲା । ବାତ୍ୟାର ୩ ସପ୍ତାହ ପରେ ଜୁନ ପହିଲାରେ ଶାମାଖୁଣ୍ଟା ବ୍ଲକ ବାହାଦୂରପୁର ଗ୍ରାମର ବଂଶୀଧର ଦାସଙ୍କର ୪ ବର୍ଷିୟା କନ୍ୟା କଣ୍ଢେଇ ଅପରାହ୍ନରେ ଖେଳିବାକୁ ଆସିଥିବା ବେଳେ ଚାର୍ଯ୍ୟ ହୋଇଥିବା ବିଦ୍ୟୁତ୍ ଖୁଣ୍ଟର ଆର୍ଥିଂ ଜିଆଇ ତାର ସଂସ୍ପର୍ଶରେ ଆସିବାରୁ ତାର ଜୀବନ ଯାଇଥିଲା । ସେହି ସମୟରେ ଗଣମାଧ୍ୟମରେ ଉକ୍ତ ଖବର ପ୍ରସାରଣ ହେବା ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଏହାକୁ ନେଇ ଏନଏଚଆରସିଙ୍କ ନିକଟରେ କେଶ ନମ୍ବର ୨୧୦୭/୧୮/୯/୨୦୧୯ ଅନୁସାରେ ଏକ ମାମଲା ରୁଜୁ କରିଥିଲେ ଏବଂ ଏନଆରଏଚଏମଙ୍କ ନିର୍ଦ୍ଦେଶ ପରେ ଘଟଣା ଉପରେ ତଦନ୍ତ କରାଯାଇ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇ ଥିଲା । ବିନା କୌଣସି ଯାଞ୍ଚରେ ହଠାତ୍ ବିଦ୍ୟୁତ୍ ଚାର୍ଯ୍ୟ କରାଯିବାରୁ ନିରୀହ ଶିଶୁର ପ୍ରାଣ ଯାଇଥିବାର ତଦନ୍ତରେ ଜଣାପଡ଼ିଥିଲା । ଏନଏଚଆରସିଙ୍କ ପକ୍ଷରୁ ୨୦୨୦ ଅକ୍ଟୋବର ୧୨ରେ ମାମଲା ଶୁଣାଣି କରାଯାଇ ମୁଖ୍ୟ ଶାସନ ସଚିବଙ୍କୁ ଝିଅର ମୂଲ୍ୟବାନ ଜୀବନ ଯାଇଥିବାରୁ କାହିଁକି ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆନଯିବ ସେ ସମ୍ପର୍କରେ ଆସନ୍ତା ନଭେମ୍ବର ୨୨ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ ଜାରି କରାଯାଇଥିଲା । କଣ୍ଢେଇର ମୃତ୍ୟୁ ଘଟଣାକୁ ନେସ୍କୋ ପକ୍ଷରୁ ଏକ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ବୋଲି କହି କ୍ଷତି ପୂରଣ ଅର୍ଥ ମଞ୍ଜୁର ନ କରାଇବାକୁ ଅନୁରୋଧ କରିଥିଲେ ମଧ୍ୟ ଜାତୀୟ ମାନବିକ ଅଧିକାର କମିଶନ ଏହାକୁ ଖାରଜ କରି ବିଦ୍ୟୁତ୍ ବିଭାଗ ଇନ୍ସପେକ୍ଟରଙ୍କ ରିପୋର୍ଟ ଆଧାରରେ ନିସ୍କୋର ଅବହେଳା ପାଇଁ ଏକ କଅଁଳ ଶିଶୁ କନ୍ୟାର ଜୀବନ ଚାଲି ଗଲା ବୋଲି ଦର୍ଶାଇ ସହ ନେସ୍କୋର ଆବେଦନକୁ ଖାରକ କରି କ୍ଷତି ପୂରଣ ବାବଦରେ ୨ ଲକ୍ଷ ଟଙ୍କା କଣ୍ଡେଇର ପରିବାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ ମାମଲାରେ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2017/11/electricity-88449_640.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)