ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା: ଶ୍ରେୟ ପାଇଁ ଟଣା ଓଟରା ଆରମ୍ଭ

ଜୟପୁର: ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟ ଘୋଷଣା ପରେ ଶ୍ରେୟ ନେବା ପାଇଁ ଟଣା ଓଟରା ଆରମ୍ଭ ହୋଇଛି। ପୂର୍ବତନ ଛାତ୍ରସଂସଦର ସଭାପତିଙ୍କ ଠାରୁ ଆରମ୍ଭ କରି ରାଜନୈତିକ ନେତୃମଣ୍ଡଳୀ ମୋ ସମୟରେ ମୁଁ ଦାବି କରିଥିଲି, ଆନ୍ଦୋଳନ କରିଥିଲି ଆଦି କହିବାକୁ ପଛାଉ ନାହାନ୍ତି। ତେବେ କିଛି ଛାତ୍ରସଂସଦର ସଭାପତି ଓ କର୍ମକର୍ତ୍ତା, ପୁରାତନ ଛାତ୍ର ମାନେ ଏହି ଦାବିକୁ ନେଇ ଆନ୍ଦୋଳନ କରିବା ସହ ବିଭିନ୍ନ ସଂଗଠନ, ଅନୁଷ୍ଠାନ ଗୁଡିକ ମଧ୍ୟ ଏହି ଦାବି କରି ଆସିଥିଲେ। ଶ୍ରେୟ କାହାର କୁହାଯାଇ ହେବ ନାହିଁ ମୁଁ ବିଧାୟକ ଭାବେ ପ୍ରୟାସ କରିଛି, ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠାଇଛି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କର ୭୫ବର୍ଷର ନ୍ୟାର୍ଯ୍ୟ ଅଧିକାର ପାଇଛନ୍ତି ବୋଲି ବିଧାୟକ କହିଛନ୍ତି।

ଶିକ୍ଷାର ବିକାଶ ଏବଂ ଅବିଭକ୍ତ କୋରାପୁଟଜିଲ୍ଲାକୁ ଖାସ୍ କରି ଜୟପୁରକୁ ଅଧିକା ମୁଖ୍ୟମନ୍ତ୍ରୀ ଭଲ ପାଉଥିବାରୁ ଏହା ଘୋଷଣା କରିଛନ୍ତି ବୋଲି କହିଛନ୍ତି କେସିସି ବ୍ୟାଙ୍କ ସଭାପତି ଇଶ୍ବର ପାଣିଗ୍ର‌ାହୀ। ବହୁ ବର୍ଷରୁ ଏ ନେଇ ଦାବି କରାଯାଉଥିଲା, ବିଧାୟକ ଓ ମନ୍ତ୍ରୀ ଥିବା ସମୟରେ ସେ ବି ବହୁବାର ରାଜ୍ୟସରକାରଙ୍କ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ। ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି କଲେଜ ସହ ବାଇକ ରାଲି କରି ସହରରେ ପୁର୍ବତନ ଛାତ୍ରସଂସଦର କର୍ମକର୍ତ୍ତା ଓ ପୂର୍ବତନ ଛାତ୍ର ମାନେ ରହିବା ଦେଖି ବିଜେଡି ଏହାର ଶ୍ରେୟ ନେବା ଚେଷ୍ଟା କରୁ ନାହିଁ ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର