ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ‘ସମ୍ବାଦ ଆମ ଓଡିଶାର ବାର୍ଷିକ ପ୍ରତିଯୋଗିତା-୨୦୨୩’ ଅନୁଷ୍ଠିତ ହୋଇ ଯାଇଛି। ‘ସମ୍ବାଦ’ ପ୍ରତିନିଧି ତଥା ଆମ ଓଡିଶା ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ନାୟକ ଯୋଗଦେଇ ପରିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଚିତ୍ରାଙ୍କନରେ ୧୧୦ ଜଣ କୁନି ଛାତ୍ରଛାତ୍ରୀ, ହସ୍ତାକ୍ଷରରେ ୧୫୩ ଜଣ ଛାତ୍ରଛାତ୍ରୀ, ଭାଷାଜ୍ଞାନ ଓ ପ୍ରବନ୍ଧରେ ୨୪୭ ଜଣ ମିଶି ସର୍ବମୋଟ୍ ୫୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ଚିତ୍ରାଙ୍କନରେ ପ୍ରଥମ ପୁରସ୍କାର ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ଶ୍ରେୟାଂଶ କୁମାର ମଣ୍ଡଳ, ଦ୍ୱିତୀୟ ରାଇରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ରତ୍ନଜ୍ୟାତି ରାଜ୍, ତୃତୀୟ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ବିଜୟ ଭାରତୀ ଟୁଡୁ, ହସ୍ତାକ୍ଷରରେ ପ୍ରଥମ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ପବନ ପ୍ରସାଦ ଟୁଡୁ, ଦ୍ୱିତୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବିଜୁମଣୀ ହାଁସଦାଃ, ତୃତୀୟ ମଧ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଶ୍ଳେଷା ଗିରି, ଭାଷାଜ୍ଞାନ ଓ ପ୍ରବନ୍ଧରେ ପ୍ରଥମ ପୁରସ୍କାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମିନାକ୍ଷୀ ମହାନ୍ତ, ଦ୍ୱିତୀୟ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ସୁମନ ମହାନ୍ତ, ତୃତୀୟ ରାଇରଙ୍ଗପୁର ସରକାରୀ ବାଳୀକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ମୃତି ମହାନ୍ତଙ୍କୁ ପୁରସ୍କାର ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ରାଇରଙ୍ଗପୁର ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ କନକ ନ୍ୟୁଜ ପ୍ରତିନିଧି ମଳୟ ଦାସ, ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ତିମିର ରଞ୍ଜନ ପଣ୍ଡା, ପ୍ରଣବ କୁମାର ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତି, ରଞ୍ଜନ କୁମାର ନନ୍ଦ, ଡଃ. ଦିଗମ୍ବର ଗିରି, ବିଜୟ କୁମାର ରାମ, ଗୋପାଳକୃଷ୍ଣ ମହାନ୍ତ, ସାର୍ଥକ ପଣ୍ଡା, ପୁଷ୍ପଲତା ମହାନ୍ତି, ଯଶୋବନ୍ତ ମହାନ୍ତ, ଛଟରାୟ ହେମ୍ବ୍ରମ, ପାର୍ଥସାରଥୀ ପାତ୍ର, ଶ୍ୟାମଳେନ୍ଦୁ ପରୀଡାଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉକ୍ତ ପ୍ରତିଯୋଗିତାକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ଆମ ଓଡିଶା ସଂଯୋଜକ ଶ୍ରୀ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।