ଜୟପୁର: ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗିଙ୍କୁ ଗୁପ୍ତେଶ୍ବର ଏଚପି ଗ୍ୟାସ୍ ଏଜେନସୀ ପକ୍ଷରୁ ପୁରସ୍କାର ଦିଆଯାଇଥିଲା।
ବକ୍ତୃତା ପ୍ରତିଯୋଗିତାରେ ଉର୍ମିଳା ଜାନୀ-ପ୍ରଥମ, ମହୁଆ ଦାସ-ଦ୍ବିତୀୟ, ଟି.ସୁପ୍ରିୟା ପାତ୍ର-ତୃତୀୟ ସ୍ଥାନ ଲାଭ କରିଥିଲେ। ସେଭଳି ପ୍ରବନ୍ଧ ପ୍ରତିଯୋଗିତାରେ ସ୍ମୃତିରଶ୍ମୀ ଶତପଥୀ-ପ୍ରଥମ, ପ୍ରିୟଙ୍କା ବିଶ୍ବାଳ-ଦ୍ବିତୀୟ, ଅନୁପମା ସାହୁ-ତୃତୀୟ, ଚିତ୍ରାଙ୍କନରେ ବାବୁଲି ପାମିୟା-ପ୍ରଥମ, ସୁଶିଳା ନାୟକ –ଦ୍ବିତୀୟ, ଅର୍ଚ୍ଚନା ପାଢ଼ୀ-ତୃତୀୟ ସ୍ଥାନ ଲାଭ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବକୁ ଅଧ୍ୟକ୍ଷା ଡ.ମନୋରମା ଦେବୀ ସଭାପତିତ୍ବ କରିଥିଲେ।
ଏଥିରେ ଏଜେନସୀର ପରିଚାଳକ ଦିବାକର ପାଢ଼ୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବକୁ ଅଧ୍ୟାପିକା ଡ.କନକ ଲତା ମହାପାତ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡ.ମନୋରଂଜନ ପ୍ରଧାନ, ଡ.ବିବେକାନନ୍ଦ ସୁନା ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/jpr-womens-college.jpg)