ଜୋନାଲ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ପ୍ରତିଯୋଗିତା

ଜୟପୁର: ଜୋନାଲ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟର ଜୋନ ନଂ.୦୬ ଅନୁଯାୟୀ କୋରାପୁଟ ଜିଲ୍ଲା ଏହି ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ୪ଟି ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଜିଲ୍ଲାର ଆଇନ ସାକ୍ଷରତା କ୍ଲବରୁ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନେ ଜୋନସ୍ତରୀୟ ପ୍ରତିଯୋଗିତା‌ରେ ଭାଗ ନେଇଥିଲେ। ଜୋନଏଥିରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ,ଏବଂ କ୍ଷୁଦ୍ର ଏକାଙ୍କିକା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ଷୁଦ୍ର ଏକାଙ୍କିକା ନାଟକରେ ଓଡିଶା ଆଦର୍ଶ ବିଦ୍ୟାଳୟ, କୋରାପୁଟ ମେସିଂଙ୍ଗପୁଟ, ପ୍ରଥମ, ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତାରାଗାଁ, ନବରଙ୍ଗପୁର ଜିଲ୍ଲା ଦ୍ବିତୀୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ମୁସିଗୁଡା, କଳାହାଣ୍ଡି ତୃତୀୟ। ପ୍ରବନ୍ଧରେ ଅଂଶୁମାନ ସ୍ୱାଇଁ, ସିଟି ହାଇ ସ୍କୁଲ ଜୟପୁର ପ୍ରଥମ, କୁମାରୀ ତପସ୍ୱିନୀ ଦାସ, ଓଡିଶା ଆଦର୍ଶ ବିଦ୍ୟାଳୟ ମୁସିଗୁଡା କଳାହାଣ୍ଡି ଦ୍ବିତୀୟ ଏବଂ ଅନ୍ବେଷା ପ୍ରଜ୍ଞା କରକରା, ଜବାହାରଲାଲ୍ ନବଦୋୟ ବିଦ୍ୟାଳୟ, ଖାତିଗୁଡା, ନବରଙ୍ଗପୁର ତୃତୀୟ।

ବକ୍ତୃତାରେ ସାଇ କିରନ ପଟ୍ଟନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, କୋଟପାଡ ପ୍ରଥମ, କୁମାରୀ ସନସିତା ପଠା, ଓଡିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟ ଦ୍ବିତୀୟ, ଇମ୍ରାନ ପ୍ରତୀକ ନାଗ, ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ତୃତୀୟ, ଚିତ୍ରାଙ୍କନରେ ଶିବା ନାୟକ ପ୍ରଥମ, ପ୍ରଫୁଲ୍ଲ ସାନ୍ତା ଦ୍ବିତୀୟ ଓ କୁମାରୀ ଅଭିଲୀସା ପାଢୀ ତୃତୀୟ ସ୍ଥାନ ଲାଭ କରିଥିଲେ। ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବିଚାରକ ଭାବେ ପରିବାର ଅଦାଲତର ବିଚାରପତି ଡଃ. ପବିତ୍ର ମୋହନ ସାମଲ, ଅତିରକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ପକ୍ସୋ କୋର୍ଟ ସି. ଏଚ ବାସୁଦେବ ପାତ୍ର, ବରିଷ୍ଠ ଦେୱନୀ ବିଚାରପତି ତଥା ମହିଳା କୋର୍ଟର ବିଚାରପତି ଅଞ୍ଜଳୀ ମାଛଖଣ୍ଡ, ବରିଷ୍ଠ ଦେୱନୀ ବିଚାରପତି ରେଖାରାଣୀ ପଣ୍ଡା, ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ ସୁମନ ଜେନା ଭାଗ ନେଇଥିଲେ। ଜୁରୀ ସଚିବ ଭାବେ ଅଧ୍ୟାପକ ସତ୍ୟ ସୁନ୍ଦର ଦାଶ, ଅଧ୍ୟାପିକା କବିତା ବଢେଇ, ସାହିତ୍ୟିକ ଉଦୟଶଙ୍କର ଜାନୀ, ଚିତ୍ର ପ୍ରଶିକ୍ଷକ ପଦ୍ମଚରଣ ଚୌଧୁରୀ, ଆର୍ଟ ପ୍ରଶିକ୍ଷକ ଜୁରୀ ସଦସ୍ୟ ଭାବେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର