ଜୟପୁର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଚଞ୍ଚକତା ହୋଇଛି। ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ବଦଳରେ ରାଜନୈତିକ ଛତ୍ରଛାୟାରେ ଥିବା କର୍ମୀ ଓ ଟାଉଟରଙ୍କ ମତାମତ ନେଇ ତାଲିକା ପ୍ରସ୍ତୃତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପାମ୍ପୁଣୀ ଗ୍ରାମବାସୀ ଓ ବିଜେପିର ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ। ପାମ୍ପୁଣୀ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ନେଇ ଶ୍ରୀ ସାମନ୍ତରାୟ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀକୁ ଆସି ଏହି ଅଭିଯୋଗ କରିଥିଲେ। ବ୍ଲକ ପକ୍ଷରୁ ସଂପ୍ରତି ପ୍ରସ୍ତୁତ କରିଥିବା ୨ଟି ଯାକ ତାଲିକା‌ରେ ପାମ୍ପୁଣୀ ପଂଚାୟତର ଯୋଗ୍ୟ ହିତାଧିକାରୀ ମାନେ ବାଦ ପଡ଼ିବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ଶ୍ରୀ ସାମନ୍ତରାୟ ପ୍ରଶ୍ନ କରିଛନ୍ତି।

Advertisment

ଗାଁ ହେଉ କି ସହରର ବସ୍ତି ସବୁ ଠାରେ ପକ୍କାଘର ହେବ ଏହି ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ଯୋଜନାକୁ ବାଟବଣା ବ୍ଲକ ପ୍ରଶାସନ କରୁଥିବା ଅଭିଯେଗା କରିଥିଲେ। ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ପୁନଃ ଯାଂଚ କରି ସାମିଲ କରିବାକୁ ହିତାଧିକାରୀ ଓ ଶ୍ରୀସାମନ୍ତରାୟ ଦାବି କରିଥିଲେ। ଗ୍ରାମବାସୀ ମାନେ ଜଣ ଜଣ କରି ପୁଣି ନିଜ ଅନୁରୋଧପତ୍ର ଅଭିଯୋଗ ଶୁଣାଣୀରେ ଦାଖଲ କରିଥିଲେ।