ଗଂଜାମ: କଲେଜରୁ ତାଲା ଭାଙ୍ଗି କମ୍ପ୍ୟୁଟର-ଟିଭି-ଇନ୍‌ଭର୍ଟର ଚୋରୀ, ପୁଲିସ୍‌ର ତନାଘନା ଜାରି

ଭଞ୍ଜନଗର: ଗଂଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରୁ ଶୁକ୍ରବାର ରାତି କମ୍ପ୍ୟୁଟର, ଏଲସିଡି ଟିଭି, ଇନଭର୍ଟର, ସିପିୟୁ, ବ୍ୟାଟେରୀ ଆଦି ଜିନିଷ ଚୋରୀ ହୋଇଛି। ଏନେଇ ମହାବିଦ୍ୟାଳୟ ଭାରାପ୍ରାପ୍ତ ଅଧ୍ୟକ୍ଷ ପ୍ରଭାକର ଶତପଥୀ ଜଗନ୍ନାଥ ପ୍ରସାଦ ଥାନାରେ ଶନିବାର ଅଭିଯୋଗ କରିଛନ୍ତି। ଚୋରୀ ସଂପର୍କରେ ଅଭିଯୋଗ ମିଳିବା ପରେ ଘଟଣା ସ୍ଥଳରେ  ପୁଲିସ ଓ ସାଇଣ୍ଟିଫିକ୍‌ ଟିମ ସନ୍ଧାନୀ କୁକୁର ସହିତ କଲେଜକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛିି।

ସୂଚନା ଅନୁସାରେ କିଛି ଚୋର ଶୁକ୍ରବାର ମଧ୍ୟରାତ୍ରୀରେ କଲେଜ ପରିସରକୁ ପ୍ରବେଶ କରିଥିଲେ। ସେମାନେ କଲେଜର ୬ଟି କୋଠରୀର ତାଲା ଭାଙ୍ଗିଥିଲେ। ନାଇଟ୍‌ ଓ୍ଵାଚର ଏକ କୋଠରୀରେ ଶୋଇ ପଡ଼ିଥିବାରୁ ସେ ଘଟଣା ସଂପର୍କରେ ଜାଣିପାରି ନଥିଲେ। ସକାଳୁ ଉଠିବା ପରେ କଲେଜର ବିଭିନ୍ନ ରୁମ୍‌ରୁ ଜିନିଷପତ୍ର ଚୋରୀ ହେବା ଜାଣିପାରିଥଲେ। ଏହା ପରେ ସେ କଲେଜ ଅଧ୍ୟକ୍ଷଙ୍କୁ ଚୋରୀ ନେଇ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଚୋରୀ ସାମଗ୍ରୀ ଉଦ୍ଧାର ହୋଇପାରି ନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

 

ସମ୍ବନ୍ଧିତ ଖବର