ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି କରି ଧରାପଡ଼ିଲେ ୪ ଛାତ୍ର

ବାରିପଦା: ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟରୁ କମ୍ପ୍ୟୁଟର ଚୋରି କରି ପୁଲିସ୍ ହାତରେ ଧରାପଡ଼ିଲେ ୪ଜଣ ଛାତ୍ର। ସ୍ଥାନୀୟ ଏମ୍କେସି ଉଚ୍ଚବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ଜଣେ ଜଣେ ଏବଂ ଦଶମ ଶ୍ରେଣୀର ଦୁଇଜଣ ଛାତ୍ର ଏହି ଚୋରୀ ଘଟଣାରେ ବାରିପଦା ଟାଉନ୍ ଥାନା ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ଜେନା ଆଜି ଟାଉନ୍ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ସେ ବିଦ୍ୟାଳୟ ଆସିବା ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟର କବାଟ ସହିତ କମନ୍ ରୁମ ପଛ କବାଟ ତାଡ଼ି ଭିତରେ ପଶି ଭିତରେ ଥିବା କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଥିବା ସେ ଦେଖିଥିଲେ। ତେବେ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଚାରି ଛାତ୍ରଙ୍କୁ ଧରିଥିଲେ। ତେବେ ଛାତ୍ରମାନଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ସେମାନଙ୍କର ଅଭିଭାବକଙ୍କ ତତ୍ତ୍ବାବଧାନରେ ଛଡ଼ାଯାଇଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର