ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ଖୋର୍ଦ୍ଧା: ଖୋର୍ଦ୍ଧାର ବୋହୂ ତଥା ପୂର୍ବତନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଆଜି ଖୋର୍ଦ୍ଧାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକସଭା ଆୟୋଜନ କରାଯାଇଛି ।

ଏହି କ୍ରମରେ ଆଜି ଖୋର୍ଦ୍ଧା ନିକଟ ଦଳେଇପୁଟ ଠାରେ ଥିବା କନକମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶୋକସଭାରେ ନିଦେ୍ର୍ଦଶକ ପ୍ରଫେସର ସରୋଜ କୁମାର ପଣ୍ଡା, ପ୍ରାଶାସନ ନିଦେ୍ର୍ଦଶକ ଡ ସୁଶାନ୍ତ କୁମାର ଚୌଧୁରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଭବାନୀ ପ୍ରସନ୍ନ ପଟ୍ଟନାୟକ, ଇଷ୍ଟେଟ୍ ଅଧିକାରୀ ଶୁଭ୍ରନାରାୟଣ ଷଡ଼ଙ୍ଗୀ, ହିସାବ ଅଧିକାରୀ ଲକ୍ଷ୍ମିକାନ୍ତ ଦାସ, ମେକାନିକାଲ୍ ବିଭାଗ ମୁଖ୍ୟ ଡ ଅଜୟ କୁମାର ସାହୁ, ସିଭିଲ୍ ବିଭାଗ ମୁଖ୍ୟ ଡ ଦେବଦତ୍ତ ଜେନା, ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ଡ ଗଣେଶ ପ୍ରସାଦ ଖୁଂଟିଆ, କଂପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ ସଂଗ୍ରାମ କେଶରୀ ତ୍ରିପାଠୀ, ଇଲେକ୍ଟ୍ରୋନିକ୍ ଆଣ୍ଡ କମ୍ୟୁନିକେସନ୍ ବିଭାଗ ମୁଖ୍ୟ କୃଷ୍ଣଚନ୍ଦ୍ର ବ୍ରହ୍ମା, ପ୍ରାଶାସନିକ ଅଧିକାରୀ ସୁକେନ୍ଦୁ ରଥଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ନିକଟ ହଳଦିଆ ମହାବିଦ୍ୟାଳୟରେ ଅନୁଷ୍ଠିତ ଶୋକସଭାରେ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ଅଧ୍ୟକ୍ଷତା କରିଥିଲେ । ଜୟନ୍ତୀ ପଟ୍ଟନାୟକ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଭାବେ ଅନେକ ଦିନ ଦାୟିତ୍ୱ ନିର୍ବାହ କରିଥିଲେ । ସାଂସଦ ଥିବା ସମୟରେ ମହାବିଦ୍ୟାଳୟର ଅନେକ ବିକାଶ ହୋଇଥିବା କଥା କହି ମହାବିଦ୍ୟାଳୟ ତାଙ୍କ ପ୍ରତି ସର୍ବତା କୃତଜ୍ଞ ରହିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ପ୍ରଫେସର ପାର୍ଥ ସାରଥୀ ରଥ, ଡେମୋନ୍ଷ୍ଟେଟର ଅରୁଣାଭ ଭଂଜଦେଓ, ପୂର୍ବତନ କର୍ମଚାରୀ ଶରତ କୁମାର କରଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ଶୋକସଭାରେ ସଂସଦର ସଭାପତି ଗୋପାଳକୃଷ୍ଣ ଦାସ ଅଧ୍ୟକ୍ଷତା କରିଥିଲେ । ଜୟନ୍ତୀ ପଟ୍ଟନାୟକ କେବଳ ଜଣେ ଆଗଧାଡ଼ିର ମହିଳାନେତ୍ରୀ ନଥିଲେ ଏହାସହ ଜଣେ ସୁଲେଖିକା, ଅନୁବାଦିକା ଓ କବି ମଧ୍ୟ ଥିଲେ ବୋଲି ବକ୍ତମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସଦର ସମ୍ପାଦକ ବିଭୂପ୍ରସାଦ ହରିଚନ୍ଦନ, ଇତିଶ୍ରୀ ସାହୁ, ବାସୁଦେବ ସାହୁ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଜଣାଇଥିଲେ ।

ଖୋର୍ଦ୍ଧା କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟଠାରେ ଉପଦେଷ୍ଟା ଭୀମସେନ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସତ୍ୟବାଦୀ ବଳିଆରସିଂହ, ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପସଭାପତି ପ୍ରଫୁଲ୍ଳ କୁମାର ସାମନ୍ତରାୟ, ଗତିକୃଷ୍ଣ ଉତ୍ତରକବାଟ, ବିଦ୍ୟାଧର ଲେଙ୍କା, ଦଳବେହେରା ମୃତୁ୍ୟଞ୍ଜୟ ଛୋଟରାୟ ପ୍ରମୁଖ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚରଣ କରିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଂଜନ ପଟ୍ଟନାୟକଙ୍କ ସୁକନ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜନାକୀ ବଲ୍ଳଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀ ଦେବୀ ନାରୀ ସଶକ୍ତିକରଣରେ ପ୍ରମୁଖ ଭୂମିକା ନେଇ ୧୯୯୬ ରେ ଜାତୀୟସ୍ତରରେ ମର୍ଯ୍ୟାଦା ଜନକ ମହିଳା ଗୌରବ ସମ୍ମାନ ପାଇଥିଲେ ବୋଲି ବକ୍ତାମାନେ ସ୍ମୃତିଚାରଣ କରି କହିଥିଲେ ।

ସମ୍ବନ୍ଧିତ ଖବର