ସାମ୍ବାଦିକତା ଜଗତର ଭୀଷ୍ଣ ରାମାଜୀ ରାଓଙ୍କ ସ୍ମୃତି ସଭା ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରିସ୍ଥିତ ସର୍କିଟ ହାଉସ ଠାରେ ସାମ୍ବାଦିକତା ଜଗତର ଭୀଷ୍ଣ ବୋଲି କୁହାଯାଉଥିବା ଇଟିଭି ଓ ରାମାଜୀ ରାଓ ଫିଲ୍ମସିଟିର ପ୍ରତିଷ୍ଠାତା ରାମାଜୀ ରାଓଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଗତ ୮ ତାରିଖ ରାତିରେ ତାଂକର ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଂକୁ ୮୭ ବର୍ଷ ବୟସ ହୋଇଥିଲା। ସାମ୍ବାଦିକତା ଜଗତରେ ସେ ନିଜକ ଆଗଧାଡିର ଜଣେ ବଳିଷ୍ଠ ବ୍ୟକ୍ତିତ୍ବ ଭାବେ ପ୍ରତିଷ୍ଠିତ କରିପାରିଥିଲେ। ଇଟିଭି ବିଦ୍ୟୁତିକ ଗଣମାଧ୍ୟମ କେବଳ ଓଡିଶାରେ ନୁହେଁ ବରଂ ଦେଶର ବହୁ ଭାଷାରେ ଖବର ପରିବେଷଣ କରୁଥିଲା।

ରାଜ୍ୟରେ ଯେତେ ସବୁ ଆଗଧାଡିର ସାମ୍ବିଦକ ରହିଛନ୍ତି ସମସ୍ତେ ରାମାଜୀ ରାଓଙ୍କ ପ୍ରେରଣା ଏବଂ ଆର୍ଶିବାଦରେ ଆଜି ବଡ ବଡ ଗଣମାଧ୍ୟମରେ ଅବସ୍ଥାପିତ ହୋଇଛନ୍ତି ବୋଲି କୁହାଯାଇଥିଲା।ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି ଯୋଗ ଦେଇ ସ୍ବର୍ଗତ ରାମାଜୀ ରାଓଙ୍କ ଫଟୋ ଚିତ୍ରରୋ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ଏକ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା।ଉପସ୍ଥିତ ସମସ୍ତ ଅତିଥି ଶ୍ରୀ ରାଓଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଦେବ ପ୍ରସାଦ ଦାସ,ବାଣିଜ୍ୟ ଅଧ୍ୟାପକ ଡ.ରଂଜନ କୁମାର ସ୍ବାଇଁ,ସାମ୍ବାଦିକ ଦୁର୍ଯ୍ୟଧନ ପାତ୍ର, ସତ୍ୟନାରାୟଣ ପଣ୍ଡା, ପ୍ରମେନ୍ଦ୍ର ପରିଛା, ଅଶୋକ ମିଶ୍ର, ପଞ୍ଚାନନ ଦାସ, ରତ୍ନାକର ଦାସ, ଅସିମ ବିଶ୍ବାସ, ବିକ୍ରମ ପାଢୀ, ସଂତୋଷ ନାୟକ, କ୍ରିଷ୍ଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଇଟିଭିର ପ୍ରତିନିଧି ପଞ୍ଚାନନ ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର