ବାରିପଦା: ଦିବଂଗତ ଶିକ୍ଷକ ନେତା ସ୍ବର୍ଗତଃ ପ୍ରଶାନ୍ତ ମହାନ୍ତି, ବଳରାମ ହାତୀ, ପଦ୍ମିନୀ ନାଏକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଭବନରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତଃ ମହାନ୍ତି ଏବଂ ବଳରାମ ହାତୀ ଜିଲ୍ଲା ସଂଘ ସହିତ ଦୀର୍ଘ ବର୍ଷ ଧରି ଓତୋପ୍ରତଃ ଭାବେ ଜଡ଼ିତ ଥିଲେ। ଏମାନଙ୍କ ବିୟୋଗରେ ଜିଲ୍ଲାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା ଉପସ୍ଥିତ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବାରିପଦା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନାରେ ମୃତ୍ୟୁବରଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ବିଭାଗର କର୍ମଚାରୀ ଏବଂ ସାଧାରଣ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଏଭଳି ସ୍ଥିତିରେ ସମସ୍ତେ ସତର୍କ ରହି କରୋନା ସହିତ ମୁକାବିଲା କରିବାକୁ ଗୁରୁତ୍ବାରୋପ କରାଯାଇଥିଲା। ଏହି ଶୋକସଭାରେ ବିମଳ କୁମାର ଆଚାର୍ଯ୍ୟ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ହରେକୃଷ୍ଣ ବାରିକ, ବଳରାମ ନାଥ, ସିଦ୍ଧେଶ୍ବର ମିଶ୍ର, ପ୍ରଦୀପ କୁମାର ନାଥ, ଜୟନ୍ତ କୁମାର ପଣ୍ଡା, ସପନ କୁମାର ବେହେରା, ଗୌରଗୋପାଳ ଲେଙ୍କା, ସତ୍ୟଜିତ ମହାନ୍ତ, ଦିଲ୍ଲୀପ ବଧୁକ ଏବଂ ଗୁରୁଚରଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ଦିବଂଗତ ଶିକ୍ଷକ ନେତାଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଶୋକ
/sambad/media/post_attachments/wp-content/uploads/2020/10/Teacher-Tribute.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)