କୋରାପୁଟ୍: କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବି କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ରାଜପଥ ଅବରୋଧ କରାଯାଇଛି। ଏଥିପାଇଁ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିିଆ କୋରାପୁଟ ବନ୍ଦ ଡାକରା ଦେଇ ଧାରଣା ଦିଆଯାଇଛି।
ଫଳରେ ଛତିଶଗଡ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରକୁ ଯାତାୟତ ଓ ଗମନାଗମନ ବନ୍ଦ ହୋଇଯାଇଛି। ବିରୋଧୀଦଳ ମୁଖ୍ୟ ସଚେତକ ତଥା କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଓ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି।
ବୋରିଗୁମ୍ମାକୁ ଏନଏସି ଘୋଷଣା ଦାବିରେ ରାଜପଥ ଅବରୋଧ
/sambad/media/post_attachments/wp-content/uploads/2017/11/kotpad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)