ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବ୍ରଜରାଜନଗର: ଓରିଏଣ୍ଟ ଥାନା ଅନ୍ତର୍ଗତ ମଣ୍ଡଳିଆ ଅଂଚଳରେ ଗତ ୨୯ ତାରିଖ ସନ୍ଧ୍ୟାରେ ବାପପୁଅଙ୍କୁ କେତେଜଣ ନିଶାଶକ୍ତ ଯୁବକ କ୍ରିକେଟ ବ୍ୟାଟ୍‌ରେ ଆକ୍ରମଣ ଓ ଗାଳି ଗୁଳଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତ ୨୯ ତାରିଖ ସନ୍ଧ୍ୟାରେ ସଞ୍ଜୟ ପାଣ୍ଡେ ନିଜ ଘରେ ଉପସ୍ଥିତ ଥିବା ବେଳେ ଚନ୍ଦନ, ବାଲି ଓ ତାଙ୍କ କେତେକ ସାଙ୍ଗ ନିଶାଶକ୍ତ ଅବସ୍ଥାରେ ଲାଠି ଏବଂ କ୍ରିକେଟ ବ୍ୟାଟ ଧରି ତାଙ୍କ ଘର ସମ୍ମୁଖକୁ ପହଞ୍ଚିଲେ ଓ ତାଙ୍କ ପୁଅ ଅର୍ଜୁନ ପାଣ୍ଡେଙ୍କୁ ଆକ୍ରମଣ କରିଥିଲେ।

ସଞ୍ଜୟ ବାରଣ କରିବାରୁ ତାଙ୍କୁ ମଧ୍ୟ ମାର୍‌ପିଟ ଓ ଗାଳି ଗୁଳଜ କରିଥିବା ନେଇ ସଞ୍ଜୟ ଓରିଏଣ୍ଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚନ୍ଦ୍ରକାନ୍ତ ଦେବତା ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତ ୨୯ ତାରିଖ ସାନ୍ଧ୍ୟ ୫.୩୦ ସମୟରେ ଯେତେବେଳେ ସେ ନଅ ନମ୍ବର ପଟରୁ ନିଜ ଘରକୁ ଫେରୁଥିଲେ ସେତେବେଳେ ଏଲ୍‌ସିଏଚ୍‌ ଛକ ରାସ୍ତା ଉପରେ ଅର୍ଜୁନ ପାଣ୍ଡେ ଛିଡ଼ା ହୋଇଥିଲା। ଚନ୍ଦ୍ରକାନ୍ତ ତାଙ୍କୁ ରାସ୍ତା ଉପରେ ହଟିବାକୁ ଅନୁରୋଧ କରିଥିଲେ ସୁଦ୍ଧା ସେ ଶୁଣିନଥିଲେ। ଏହା ପରେ ଅର୍ଜୁନ ଓ ତାଙ୍କ ବାପା ମିଶି ଚନ୍ଦ୍ରକାନ୍ତ ଓ ତାଙ୍କ ବାପାକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହକି ବାଡ଼ି, କ୍ରିକେଟ ବ୍ୟାଟ୍‌ରେ ମାଡ଼ପିଟ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ସେ ମୂର୍ଛା ହୋଇଯାଇଥିବା ଚନ୍ଦ୍ରକାନ୍ତ ଦେବତା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର