ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲା କଂଗ୍ରେସ

ରାୟଗଡା: ରାୟଗଡ଼ା ଜିଲ୍ଲା କଂଗ୍ରେସ ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ନେଇ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି। କଂଗ୍ରେସ ପକ୍ଷରୁ କେନ୍ଦ୍ର ସରାକରଙ୍କୁ ଟାର୍ଗେଟ କରି କିଛି ପ୍ରଶ୍ନ କରାଯାଇଥିଲା। ରାହୁଲ ଗାନ୍ଧୀ ଗତ ଫେବ୍ରୁୟାରୀ ୭ ତାରିଖରେ ଲୋକସଭାରେ ନରେନ୍ଦ୍ର ମୋଦୀଙ୍କୁ ଦୁଇଟି ମୌଳିକ ପ୍ରଶ୍ନ ପଚାରିଥିଲେ। ଆଦାନୀ କମ୍ପାନି ସମୂହରେ ବିଦେଶରେ ଆଦାନୀଙ୍କ ପରିବାର ଦ୍ବାରା ପରିଚାଳିତ ହେଉଥିବା ସେଇ କମ୍ପାନି ମାନଙ୍କ ଦ୍ବାରା ୨୩ ହଜାର କୋଟି ପୁଞ୍ଜି ବିନିଯୋଗ ହୋଇଛି। ଏ ଟଙ୍କା କେବେ ହେଲେ ଆଦାନୀଙ୍କର ନୁହେଁ ବୋଲି କଂଗ୍ରେସ କହିଛି। ଏହାର ତଦନ୍ତ ଜେପିସି ଦ୍ବାରା କରାଯିବା ନେଇ ଦାବି କରାଯାଇଥିଲା। କିନ୍ତୁ ସରକାର ଏହାର ତଦନ୍ତ କରିବା ପରିବର୍ତ୍ତେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦକୁ ରଦ୍ଦ କରାଇଲେ।

ରାହୁଲ ଗାନ୍ଧୀଙ୍କ ସ୍ବରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରାଇଦେବା ଏବଂ ଆଦାନୀ ଓ ମୋଦୀଙ୍କ ସଂପର୍କକୁ ଖୁଲାସା ନକରିବା ପାଇଁ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି କଂଗ୍ରେସ କହିଛି। ୧୯୪୭ ମହିସା ଠାରୁଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ମାନହାନୀ ମହଦ୍ଦମାରେ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡ ରାହୁଲ ଗାନ୍ଧୀଙ୍କ ବ୍ୟତୀତ କାହୁକୁ ହୋଇନାହିଁ। ରାହୁଲ ଗାନ୍ଧୀ ସଂସଦରେ ଆଦାନୀ ପ୍ରସଙ୍ଗ ଉତଥାପନ କରିବା ର ଏକ ମାସକ ଭିତରେ ଏହି ଦଣ୍ଡାଦେଶ ଶୁଣାଯାଇଛି। ରାହୁଲ ଗାନ୍ଦୀ ସାଧାରଣ ସଭାରେ ମୋଦୀ ସାଜ୍ଞା ଥିବା କିଛି ଲୋକ ଚୋର କାହିଁକି? ଏ ସମସ୍ତଙ୍କର ମୋଦୀଙ୍କ ସହ ସଂପର୍କ କଣ।୨୦୧୪ ଠାରୁ ଆଜି ପର୍ଯ୍ୟନ୍ତ ସଂସଦୀୟ ଗଣତନ୍ତ୍ରର ସମସ୍ତ ପରମ୍ପରାକୁ ଖୋଦ ନରେନ୍ଦ୍ର ମୋଦୀ ଏବଂ ତାଂକର ମନ୍ତ୍ରୀଗଣ ଓ ନେତାଗ ସଂସଦ ଭିତରେ ଓ ବାହାରେ ନଷ୍ଟ କରିବା ସହ ବହୁ ଅପଶଦ୍ଦ ପ୍ରୟୋଗ କରିଛନ୍ତି।

ସୋନିଆ ଗାନ୍ଧୀଙ୍କ ମଧ୍ୟ ବହୁ କୁଭାଷାରେ ଗାଳିଗୁଲଜ କରିଛନ୍ତି। ନାରୀଜାତି ପ୍ରତି ମୋଦୀ ସରକାରର କେତେ ମର୍ଯ୍ୟାଦା ରହିଛି ଏଥିରୁ ସହଜରେ ଅନୁମେୟ। ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସରକାରୀ ଦଳ ଜାଣିଶୁଣି ଲୋକସଭାକୁ ଅଚଳ କରିଦେଲେ। ଏହା ମଧ୍ୟ ସଂସଦୀୟ ଗଣତନ୍ତ୍ରରେ ପ୍ରଥମଥର ଦେଖିବାକୁ ମିଳିଥିବା କଂଗ୍ରେସ କହିଛି। ଏପରିକି ଭାରତ ବର୍ଷର ୪୫ ଲକ୍ଷ ୯୭ ହଜାର କୋଟି ଟଂକାର ବଜେଟକୁ ମାତ୍ର ୯ ମିନଟରେ ସାରିଦେଲେ। ଏହା କେବଳ ଜଣେ ସ୍ବେଚ୍ଛାଚାରୀ ସରକାର ଦ୍ବାରା ସମ୍ଭବ ବୋଲି କଂଗେସ ଅଭିଯୋଗ କରିଛି। ଏହାର ଜବାବ ଜନସାଧାରଣ ଦେବେ ବୋଲି କଂଗ୍ରେସ ଦୃଢକ୍ତି ପ୍ରକାଶ କରିଥିଲା। ଭାରତ ବର୍ଷର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଞ୍ଚାଇବା ପାଇଁ ଆଜି ଯେତେବେଳେ ସମସ୍ତ ବିରୋଧୀ ରାଜନୈତିକ ଦଳ ଏକ ପୃଷ୍ଠ ଭୁମୀରେ ଛିଡା ହୋଇଛନ୍ତି। ସେତେବେଳେ ବିଜେଡି କେଉଁଠି ବୋଲି କଂଗ୍ରେସ ପ୍ରଶ୍ନ କରଥିଲା। କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା ଯୁବ ସଭାପତି ଅସଲମ ଖାନ, ଜିଲ୍ଲା ଉପସଭାପତି ସଂକର୍ଷଣ ମଙ୍ଗରାଜ, ସୁନୀଲ ଚନ୍ଦ୍ର ପଣ୍ଡା, କିଶୋରର କୌଶଲ୍ୟା, କାଶୀପୁର ବ୍ଲକ ସଭାପତି ଅଙ୍ଗଦ ନାୟକ, ଜିଲ୍ଲା ସାଧାରଣ ସଂପାଦକ ପି ବର୍ଦ୍ଧନ, ଅନୀଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର