ବିଜେଡି କର୍ମୀଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ: ବିଜେଡି କର୍ମୀଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ଆଣିଲା କଂଗ୍ରେସ । ରବିବାର ବିଳମ୍ବିତ ରାତିରେ ଭଦ୍ରକ ସହର ମୋଟେଲ ଛକ ଠାରେ ଜ୍ୟୋତି ମୋଟର୍ସ ସାମ୍ନାରେ କଂଗ୍ରେସ କର୍ମୀଙ୍କୁ କିଛି ବିଜେଡି କର୍ମୀ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି । ସେହିପରି ସନ୍ଧ୍ୟାରେ ନିର୍ବାଚନ ଆୟୋଗର କିଛି ଅଧିକାରୀ ଯାଞ୍ଚ କରିବାକୁ ଆସିଥିବା ବେଳେ ସେମାନଙ୍କ ସହିତ ବିଜେଡି କର୍ମୀ କାହିଁକି ଓ କେମିତି ଆସିଲେ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଭଦ୍ରକର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଭଣ୍ଡାରୀପୋଖରୀ ବିଜେଡି ପ୍ରାର୍ଥୀଙ୍କ ଇସାରାରେ ବିଜେଡି କର୍ମୀ ଏଭଳି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ କରିଛନ୍ତି ଭଣ୍ଡାରୀପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ଘଟଣାରେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

ସମ୍ବନ୍ଧିତ ଖବର