ପଦାରେ ପଡ଼ିଲା କଂଗ୍ରେସ ଗୋଷ୍ଠୀ କନ୍ଦଳ; ସଭାସ୍ଥଳରେ ଛୁରାମାଡ଼

ମାହାଙ୍ଗା : ମାହାଙ୍ଗାରେ ଦଳୀୟ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା। ବ୍ଲକ ଯୁବ କଂଗ୍ରେସ ସମ୍ମିଳନୀରେ ଦୁଇ ଗୋଷ୍ଠୀ ମଧ୍ୟ‌ରେ ଠେଲାପେଲା ହେବା ସହ ହାତାହାତି ଦେଖିବାକୁ ମିଳିଛି। ଆଜି ମାହାଙ୍ଗା ବ୍ଲକ ମଣିଯୋରି ସହିଦ ଭବନ ପରିସରରେ ପୂର୍ବତନ ପିସିସି ସମ୍ପାଦକ ତଥା କଂଗ୍ରେସ ନେତା ପ୍ରଦୀପ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବ୍ଲକ ଯୁବ କଂଗ୍ରେସ ସମ୍ମିଳନୀରେ ଦୁଇ‌ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଛି । ଉକ୍ତ କାର୍ଯ୍ୟରେ କଂଗ୍ରେସ ବହୁ ବରିଷ୍ଠ ନେତା ତଥା କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ବଜିତ ଦାଶ, ପୂର୍ବତନ କଂଗ୍ରେସ ମୁଖପାତ୍ର ନିକୁଞ୍ଜ ପଶାୟତ, କଂଗ୍ରେସ ଯୁବନେତା ମସୁଦ୍‌ ଅଲ୍ଲୀ, ଯୁବନେତା ପ୍ରଦୀପ ଦାସ ଉପସ୍ଥିତ ଥିଲେ। ସଭା ଚାଲିଥିବା ସମୟରେ ହଠାତ୍‌ ଦଳର ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଗାଳିଗୁଲଜ କରିବା ସହ ସଭାମଞ୍ଚ ଉପରକୁ ଉଠି ଯାଇଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ତ ଠେଲାପେଲା ହୋଇଥିଲା।

ଏହି ପାଟିତୁଣ୍ତ କିଛି ସମୟ ବନ୍ଦ ରହିବା ପରେ ପୂର୍ନବାର ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା। ଏହି ସମୟରେ ବିରୋଧୀ ଗୋଷ୍ଠୀ ଛୁରାମାଡ଼ କରିଥିଲେ। ଛୁରାମାଡ଼ରେ ଉମେଶ ଚନ୍ଦ୍ର ସାହୁ ଆହତ ହୋଇଥିବା‌ ବେଳେ ଦେବେନ୍ଦ୍ର ସାହୁଙ୍କ ଗୋଷ୍ଠୀ ପକ୍ଷରୁ ଛୁରାମାଡ଼ ହୋଇଥିବା  ଅଭିଯୋଗ ହୋଇଛି । ଖବର ପାଇ ମାହାଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର