କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

ଜୟପୁର : କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନୀପତିଙ୍କ ଆହ୍ବାନକ୍ରମେ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଦିନରେ ବସନ୍ତ ରାତିରେ ବାସନ୍ତି ସାଜୁଥିବା ନେତା ମାନେ ଦଳ ଛାଡ଼ି ପାରନ୍ତି ବୋଲି କହିଥିଲେ। ଦଳ ପାଇଁ ଯାହାର ଅନୁଗତ୍ୟ ନଥିବ ଏବଂ ଦଳ ବିରୋଧୀ କାମ କରୁଥିବା ନେତା ଦଳ ପାଇଁ ଆବଶ୍ୟକ ନାହିଁ। ବିଧାୟକଙ୍କୁ କ୍ଷତି କରିବାକୁ ଚାହିଁ ଦଳ ବିରୋଧୀ କାମ କଲେ ଦଳର ହିଁ କ୍ଷତି ହେବ ବୋଲି କହିଥିଲେ।

ସେ ଜଣେ ସଚ୍ଚା କଂଗ୍ରେସ କର୍ମୀ, ଜୀବନ ଥିବା ଯାଏଁ କଂଗ୍ରେସ ପାଇଁ କାମ କରିବେ ବୋଲି କହିଥିଲେ। ତାଙ୍କ ନାଁରେ ଅପପ୍ରଚାର ବନ୍ଦ କରି କିଭଳି ଦଳର ସଂଗଠନକୁ ମଜଭୁତ କରାଯିବ ଏବଂ ଅଂଚଳର ସାମଗ୍ରୀକ ବିକାଶ ଦିଗରେ ସହାୟକ ‌ହୁଅନ୍ତୁ ବୋଲି କହିଥିଲେ ବିଧାୟକ। ମତାନ୍ତର, ମନାନ୍ତରକୁ ଛାଡି ଦଳର କିଭଳି ଅଭିବୃଦ୍ଧି ହେବ ସେ ଦିଗରେ ପ୍ରୟାସ କରି ନିଜେ କର୍ମୀ ଭାବେ କ‌ରିବାକୁ ପରାମର୍ଶ ଦେଇଥିଲେ। ହାଲ, ମାଛକୁଣ୍ଡ ଜଳସେଚନ ପ୍ରକଳ୍ପ, ହୀରାକୁଦ ଡ୍ୟାମ, ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ କାରାଖାନା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଜବହାରଲାଲ ନେହରୁଙ୍କ ସମୟରେ ଆରମ୍ଭ ହୋଇଥିଲା। କଂଗ୍ରେସ ସବୁ ବେଳେ ଗରିବ, ଖଟିଖିଆ, କୃଷକ, ସାଧାରଣ ଲୋକଙ୍କ ସହ ରହିଛି ଏବଂ ରହିଥିବ। କେନ୍ଦ୍ର ସରକାର କୃଷି ବିଲ୍ ଆଣି କୃଷକ ମାରଣନିତୀ କରିଛନ୍ତି ତାହାକୁ କେବେ ବି କଂଗ୍ରେସ ବରଦାସ୍ତ କରିବ ନାହିଁ , କଂଗ୍ରେସ ଅମଳରେ ହିଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହୋଇଥିଲା‌ ବୋଲି ବିଧାୟକ କହିଥିଲେ। ମତାନ୍ତର , ମନାନ୍ତରକୁ ଛାଡି ସବୁ ଛାମୁଆ ସଂଗଠନ ଏକଜୁଟ ହେବାକୁ  ପରାମର୍ଶ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ବୁଲୁ ସାହୁ। ବରିଷ୍ଠ ନେତା ମଦନ ମୋହନ ନାୟକ ସଭାପତିତ୍ବ କରିଥିବା ବେଳେ ପୂର୍ବତନ କାଉନସିଲର ପ୍ରପୁଲ୍ଲ ଭତରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ନଳିନୀ ରଥ, ଯୁବ ସଭାପତି ସୁକାନ୍ତ ପଟ୍ଟନାୟକ, ବସନ୍ତ ନାୟକ, ବ୍ରଜାନନ୍ଦ ନାଗ, ରାମ ନାୟକ, ପୂର୍ବତନ ନଗର ସଭାପତି କାନ୍ତ ପାଢ଼ୀ , ସାଂସଦ ପ୍ରତିନିଧି ହାସନ ମାଦାନୀ, ପୂର୍ବତନ ପୌର ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ଶର୍ମା, ପ୍ରବୀର ପାତ୍ର ପ୍ରମୁଖ ମଂଚାସୀନ ଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏ.ରମେଶ ଚିନ୍ନୁ, ଜ୍ୟୋତିରଂଜନ (ବାପୁ) ମହାପାତ୍ର, ଅନିତା ନାୟକ, ଜ୍ୟୋତ୍ସ୍ନା ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଖରାଫ ହେବା ସହ ଚିକିତ୍ସାଧୀନ ରହିଛନ୍ତି। ତାଙ୍କ ଆଶୁ ଅରୋଗ୍ୟ କାମନା କରି ପ୍ରର୍ଥନା କରିଥିଲେ।

ସମ୍ବନ୍ଧିତ ଖବର