ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ

କୋରାପୁଟ : ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଭିନ୍ନ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । କୋରାପୁଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ଯୋଗ ଦେଇଛନ୍ତି । ସେ ନିଜର କର୍ମୀ ଓ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପାଇଁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ, ମନ୍ତ୍ରୀପଦ୍ମିନୀ ଦିୱାନ ପ୍ରମୁଖଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି ।

ଶ୍ରୀ ମାଝୀ ୨୦୧୪ରେ କୋରାପୁଟ ଜିଲ୍ଲା କୋଟପାଡ଼ ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ସେ ମଧ୍ୟ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢି ସେ ପରାଜିତ ହୋଇଥିଲେ । ତେବେ ସେ ୬୦ ହଜାର ଭୋଟ ପାଇଥିଲେ । ସେ ବିଜେଡ଼ିରେ ଯୋଗ ଦେବା ଫଳରେ ବିଜେଡ଼ି ସୁବିଧାଜନକ ସ୍ଥିତିରେ ରହିବାକୁ ଥିବାବେଳେ ଜିଲ୍ଲାରେ କଂଗ୍ରେସ ଦୁର୍ବଳ ହେବା ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର