ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଠାରେ କଂଗ୍ରେସ ପକ୍ଷରୁ ହାତ୍ ସେ ହାତ୍ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ସଭାପତିତ୍ବରେ ଆୟୋଜିତ ହୋଇଥିବା ବେଳେ ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବ୍ଲକର ୧୮ଟି ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ଚିତ୍ରକୋଣ୍ଡାର ପଞ୍ଜାବୀ ଛକ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ପରେ ହାଟପଦା ଠାରେ ପହଞ୍ଚିଥିଲେ। ସେଠାରେ କଂଗ୍ରେସର ଓଡିଶା ପ୍ରତି ଅବଦାନ ଗୁଡିକ ବଖାଣିଥିଲେ।ଆଗାମୀ ଦିନରେ କଂଗ୍ରେସ ଯଦି ବିପୁଳ ସଂଖ୍ୟାରେ ବିଜୟ ଲାଭ କରେ ତେବେ ରାଜ୍ୟର ଉନ୍ନତି ଏବଂ ବିକାଶ ଜୋରସୋରରେ ହେବ ବୋଲି କୁହାଯାଇଥିଲା। ରାଜ୍ୟ ସରକାରଙ୍କର ସବୁ ଦୁର୍ନୀତିକୁ ନେତାମାନେ ପଦାରେ ପକାଇଥିଲେ। ଦୀର୍ଘ ୨୩ ବର୍ଷ ଧରି ଶାସନ କରିବା ପରେ ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇ ପାରିନଥିବା ନେତାମାନେ କହିଥିଲେ।
କଂଗ୍ରେସ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲା। ମାଗଣା ଚାଉଳ, ବେକାଲୀ ସମସ୍ୟାକୁ ନେଇ ଦୁଇ ସରକାର ମୁଖା ଖୋଲିଥିଲେ। ଆଗାମୀ ନିର୍ବାଚନରେ ଯେପରିର କଂଗ୍ରେସ ତୃଣମୂଳସ୍ତରରୁ ଲଢେଇ ଆରମ୍ଭ କରିବ ସେନେଇ ଆଲୋଚନା ହୋଇଥିଲା। ଏଥର ଜୋରଦାର ଲଢେଇ ହେବ ବୋଲି କୁହାଯାଇଛି। ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ଚିତ୍ରକୋଣ୍ଡାରେ ଆଗାମୀ ଦିନରେ ଏଭଳି ସଭାର ଆୟୋଜନ କରାଯିବା ସହ ଲୋକଙ୍କ ସମସ୍ୟାକୁ ସମାଧାନ କରାଯିବ ବୋଲି କୁହାଯାଇଛି। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ବିଦେଶୀ ଗୌଡ, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ବିନତୀ ଖିଲ, ଇସାକ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ।