ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦ: ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା

କୋରାପୁଟ/ଜୟପୁର: ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖ ରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିଦ୍ୟୁତ ୟୁନିଟ ପିଛା ୩୦ ପଇସା ବୃଦ୍ଧିକୁ ବିରୋଧ କରିବା ସହ ଓଇଆରସି ମନମୁଖୀ କାର୍ଯ୍ୟକୁ କଂଗ୍ରେସ କର୍ମୀ ମାନେ ତୀବ୍ର ନିନ୍ଦା କରିଥିଲେ ।କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଙ୍କ ନେତୃତ୍ୱରେ ଦୀର୍ଘ ୪ ଘଣ୍ଟା ଧରି ଅନୁଷ୍ଠିତ ଏହି ବିକ୍ଷୋଭ ଓ ଧାରଣାରେ ଜିଲାର ଅନେକ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ବିଦ୍ୟୁତ ଦର ପ୍ରତ୍ୟାହାର କରିବାକୁ ସ୍ଲୋଗାନ ଦେଇଥିଲେ। କରୋନା ମହାମାରୀ ସମୟରେ ରାଜ୍ୟର ଅନେକ ଜିଲାରେ ରାତ୍ରି କର୍ଫ୍ୟୁ ଲଗାଯାଇଥିବାବେଳେ ସାରା ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ବାରମ୍ବାର ବିଦ୍ୟୁତ ଦରବୃଦ୍ଧି ସାଧାରଣଲୋକଙ୍କ ପାଇଁ ବେଡି ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। କରୋନା ଯୋଗୁଁ ଲୋକମାନେ ବିନା କାରଣରେ ବାହାରେ ନ ବୁଲିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଥିବାବେଳେ ଅପରପକ୍ଷରେ ବିଦ୍ୟୁତ ଦର ବୃଦ୍ଧି କରି ରାଜ୍ୟର ସାଧାରଣଲୋକଙ୍କୁ ଶୋଷଣ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ତେଣୁ ଏହି ଅବସରରେ ଜିଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଜୟପୁରରେ ମଧ୍ୟ ଅଚାନକ ଭାବେ ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦ କରି ସ୍ଥାନୀୟ ଟାଟା ବିତରକ କଂପାନୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ନିର୍ବାହୀଯନ୍ତ୍ରୀ ମନ୍ମଥ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିତରକ କଂପାନୀ ମାନଙ୍କୁ ସୁହାଇଲା ଭଳି ସବୁବେଳେ ଦର ବୃଦ୍ଧି କରୁଛି ବୋଲି ଅଭିଯୋଗ କରାଯାଇଥିଲା। ତୁରନ୍ତ ବର୍ଦ୍ଦିତ ବିଦ୍ୟୁତ ଦେୟ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।

ଏହି ବିକ୍ଷୋଭ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର, ପୂର୍ବତନ ନଗରପାଳ ଭଗବାନ ବାହିନୀପତି, ସାଂସଦ ପ୍ରତିନିଧି ବାବୁଲା ବେନୀୟ।,କୃଷ୍ଣ କୁଳଦୀପ, ରାମ ନାୟକ, ନଳିନୀ ରଥ, ପୂର୍ବତନ ବିଧାୟକ ନିମାଇଁ ସରକାର, ପିଲୁ ମହାପାତ୍ର, ଅଶୋକ ଗନ୍ତାୟତ, ଭାନୁ ଦୋରା, ଯୁବ ନେତା ରୂପକ ତୁରୁକଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ଛାମୁଆଁ ନେତାମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର