ସୁବାଷ ବୋଷ ଛକରେ ପାର୍କିଂ ବ୍ୟବସ୍ଥାକୁ ନେଇ କଂଗ୍ରେସର ଧାରଣା

କଂଗ୍ରେସଙ୍କ କର୍ମୀ ପାର୍କିଂ ସ୍ଥାନରେ ଏକ ପ୍ରକାର ଧାରଣା

ମାଲକାନଗିରି: ମାଲକାନଗିରି ପୌର ପରିଷଦ ତରଫରୁ ସୁବାଷ ବୋଷ ଛକରେ ଭିଡ ଜମୁଥିବାରୁ ଏଠାରେ ପାର୍କିଂ ସହ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଏହି ନୂତନ ପାର୍କିଂ ଏବଂ ଶୌଚାଳୟକୁ କିଛିଦିନ ତଳେ ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦଘାଟନ କରିଥିଲେ। କିନ୍ତୁ ଉଦଘାଟନ ହେବା ପର ଠାରୁ ଏହି ପାର୍କିଂ ବ୍ୟବସ୍ଥା କେବଳ ନାମକୁ ମାତ୍ର ତାଲା ପକାଇ ରଖାଯାଉଥିବା ନେଇ ଆଜି କଂଗ୍ରେସ ଅଭିଯୋଗ କରିଛି। ଶୌଚାଳୟ ଏବଂ ପାର୍କିଂ ସ୍ଥାନକୁ ତାଲା ଠୁଙ୍କି ପୌର ପରିଷଦ ରଖିଥିବାରୁ କଂଗ୍ରେସ ତରଫରୁ ଏହାକୁ ତୁରନ୍ତ ଲୋକଙ୍କ ପାଇଁ ଖୋଲାଯାଉ ବୋଲି ଦାବି ହୋଇଛି।

କଂଗ୍ରେସର ବରିଷ୍ଠ ନେତା ଜି. ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ପର୍ଶୁରାମ ଭକ୍ତ, ସରୋଜ ପାତ୍ର ସମେତ ବହୁ କଂଗ୍ରେସ କର୍ମୀ ପାର୍କିଂ ସ୍ଥାନରେ ଏକ ପ୍ରକାର ଧାରଣା ଦେଇଥିଲେ। ତୁରନ୍ତ ଏହି ପାର୍କିଂ ସ୍ଥାନର ତାଲା ଖୋଲିବା ସହ ଲୋକଙ୍କୁ ଏହାର ସୁବିଧା ଉଠାଇବାକୁ ଦିଆଯାଉ ବୋଲି ଦାବି ହୋଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର