ପୌରାଞ୍ଚଳରେ ଚାଉଳ ଦୁର୍ନୀତି ନେଇ କଂଗ୍ରେସର ବିକ୍ଷୋଭ

ଭିଜିଲାନ୍ସ ତଦନ୍ତ ଦାବି, ତୀବ୍ର ଆନ୍ଦୋଳନ ଧମକ

ବଲାଙ୍ଗୀର: ବଲାଙ୍ଗୀର ପୌରାଞ୍ଚଳରେ ଗରିବମାନଙ୍କ ପାଇଁ ଆସୁଥିବା ଚାଉଳରେ ଅନିୟମିତତା କରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭଗୀୟ ଅଧିକାରୀମାନେ ଏଥରୁ କୋଟି କୋଟି ଟଙ୍କାର ବେଆଇନ ଅର୍ଥ ଉପାର୍ଜନ କରୁଛନ୍ତି। ପୌରପାଳିକା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସଦ୍ୟ ଘଟିଯାଇଥିବା ଏକ ଘଟଣାରେ ଏହା ଆହୁରି ସ୍ପଷ୍ଟ ହୋଇ ପଡୁଛୁ ଯେ, ଦୁର୍ନୀତିରେ କେବଳ ଏସ୍‌ଏଚ୍‌ଜି କି ଅଧିକାରୀ ନୁହନ୍ତି , ପୌରାଞ୍ଚଳର କିଛି ନିର୍ବାଚିତ ଜନପ୍ରତିନିଧି ମଧ୍ୟ ସାମିଲ ଅଛନ୍ତି। ଏଣୁ ଏହାର ଭିଜିଲାନ୍ସ ତଦନ୍ତ ହେଉ ବୋଲି ନଗର କଂଗ୍ରେସ ଦାବି କରିଛି। ନଗର କଂଗ୍ରସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଧମକ ଦେଇଛି।

ନଗର ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ବିଧାୟକଙ୍କ ପୌରପରିଷଦ ପ୍ରତିନିଧି ଅଜୟ ବାଲୀ ଏହି ଦୁର୍ନୀତିରେ ଲିପ୍ତ ଥିବା କାଉନସିଲର, ଏସ୍ଏଚ୍‌ଜି ଓ ଅଧିକାରୀମାନଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ସେ କହିଥିଲେ ୧୫ନଂ କାଉନସିଲର ମହେନ୍ଦ୍ର ବାଗ ଚାଉଳ ଦୁର୍ନୀତିରେ ୧୬ନଂ ୱାର୍ଡ କାଉନସିଲର ସନ୍ତାଷିନୀ କୁଅଁରଙ୍କୁ ଚାଉଳ ବାଟମାରଣା କରିବାର ଅଭିଯୋଗ କରିଥିବା ବେଳେ ପ୍ରତିଅଭିଯୋଗରେ ମହେନ୍ଦ୍ର ବାଗ ତାଙ୍କୁ ପ୍ରତ୍ୟେକ ମାସ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ଦେବାକୁ ବାଧ୍ୟ କରୁଛନ୍ତି ବୋଲି ସନ୍ତୋଷିନୀ ମିଡିଆ ସମ୍ମୁଖରେ କହିଥିଲେ। ଲାଞ୍ଚ ଟଙ୍କା ନଦେଲେ ୧୫ନଂ ୱାର୍ଡରେ ଚାଉଳ ବଣ୍ଟନ କରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ଉମାଶଙ୍କର ସାହୁ, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ନୀତୀଶ ପ୍ରଧାନ, ମୀରା ମଣ୍ଡଳ ପ୍ରମୁଖ ପୌର ପାଳିକାର ଚାଉଳ ଦୁର୍ନୀତିରେ ପୌର କାର୍ଯ୍ୟାଳୟ, କାଉନସିଲର ଓ ଯୋଗଣ ବିଭାଗର ମିଲି ଭଗତ ଥିବାର ପ୍ରମାଣ ଧୀରେ ଧୀରେ ମିଳୁଛି ବୋଲି କହିବା ସହ ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ଦୋଷୀମାନେ ଦଣ୍ଡ ପାଇ ପାରିବେ ବୋଲି ନିଜ ଭାଷଣରେ ଗର୍ଜିଥିଲେ। ଭିଜିଲାନ୍ସ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏକ ଅଭିଯୋଗ ଫର୍ଦ୍ଦ ଭିଜିଲାନ୍ସ ଅଧିକାରୀ ଗୀତାଞ୍ଜଳି ପ୍ରଧାନଙ୍କୁ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ପ୍ରଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମିଶ୍ର, ଅରବିନ୍ଦ ପରୁଆ, ରଜନୀ ବନଛୋର, ଉପସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ସମିର କୁମ୍ଭାର, ସାଏନା ବେଗମ, ବବିତା ସାହୁ, ସବିତା ଶତପଥୀ, ଅନ୍ନପୁର୍ଣ୍ଣା, ବିଜୟ ଖର୍ସେଲ, ଶ୍ୟାମ ନାଗ, ସଞ୍ଜୟ ମିଶ୍ର, ବିଟୁନ ସ୍ୱାଇଁ, ଲୋପନ ମିଶ୍ର, ସଦା ସେଠ, ଭିକାରି ସାହୁ, କୈଳାସ ମିଶ୍ର, ଘୁଣ୍ଡୁ ଦାସ, ସରୋଜ ରଥ, ଗଗନ ନାଥ, ରାଜେଶ, ସୁରେନ୍ଦ୍ର ଅଶ୍ବପାଲ, ବିଦ୍ୟାଧର ସାହୁ, ରବି ପାଣିଗ୍ରାହୀ, ବ୍ରଜ ସେଠୀ, କୁଳମଣି ସାହୁ, ମଙ୍ଗଳୁ ପାଣି, ଆକବର ଖାନ, ମହେଶ ପୁରୋହିତ, ସନୋଜ ପଟ୍ଟନାୟକ, ଜୟନାରାୟଣ ବହିଦାର, ରକ୍ଷା ନାଏକ, ଆଲୋକ ସାହୁ, ନିରଞ୍ଜନ ମିଶ୍ର, ପ୍ରତ୍ୟୁଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ନାସିର ଖାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର