ଦରଦାମ ବୃଦ୍ଧି ପ୍ରତିବାଦରେ ଖୋର୍ଦ୍ଧା ନଗର କଂଗ୍ରେସର ରାଲି

ଖୋର୍ଦ୍ଧା : ଇନ୍ଧନ ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆଜି ପୂର୍ବାହ୍ଣ ୧୦ଟାରେ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ରଙ୍କ ନେତୃତ୍ୱରେ ଏକ ରାଲି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରିଥିଲା । ରାଲିରେ ବାଜା ବଜାଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇ କଂଗ୍ରେସ କର୍ମୀ ଓ ସମର୍ଥକମାନେ ନଗର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ସେଠାରେ ପ୍ରତିବାଦ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଗତ ୭ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୩୦୦ ପ୍ରତିଶତ ଓ ଡିଜେଲ୍ ଉପରେ ପ୍ରାୟ ୮ଶହ ପ୍ରତିଶତ ଟିକସ ଆଦାୟ କରୁଛନ୍ତି । ସେହଭଳି ୨୦୧୪ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ବେଳେ ଇନ୍ଧନ ଗ୍ୟାସ ମୂଲ୍ୟ ୪୧୪ ଟଙ୍କା ଥିବା ବେଳେଏବେ ୮୬୧ ଟଙ୍କାକୁ ବୃଦ୍ଧି ପାଇଛି ।

ଏହାଫଳରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟ ସୁରେଶ କୁମାର ରାଉତରାୟ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବ୍ଲକ କଂଗ୍ରେସ ସଭାପତି ବିଶ୍ୱଭୂଷଣ ଛୋଟରାୟ, ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ରାଉତ, ପିସିସି ମୁଖପାତ୍ର ଅମିତ ମହାନ୍ତି, ପିସିସି ସଭ୍ୟ ଶିଶିର ପରିଡ଼ା, ଜୟନ୍ତ ରାୟ, ଶିଳାଦିତ୍ୟ ପଟ୍ଟନାୟକ, ବିଶ୍ୱଭୂଷଣ ସାହୁ, ପ୍ରଦୋଶ ହରିଚନ୍ଦନ, ହଲିମ୍ ଖାନ୍, ବିଭାସ ମହାପାତ୍ର, ପଦ୍ମଚରଣ ରାୟଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଓ କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ ରାଜ୍ୟ ପାଳନଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା ।

ସମ୍ବନ୍ଧିତ ଖବର