ମଣ୍ଡିରେ ଧାନର ଅଭାବି ବିକ୍ରୀ ଓ ଅନିମୟତତାକୁ ବିରୋଧ କରି ୨୯ରେ କଂଗ୍ରେସ ପକ୍ଷରୁ ୪ ଘଣ୍ଟାର ରାସ୍ତା ଅବରୋଧ ଚେତାବନୀ 

ଜୟପୁର : ସଂପ୍ରତି ଚାଳିଥିବା ମଣ୍ଡିରେ ଟୋକେନ୍ ଥିବା ସତ୍ବେ ଚାଷୀଙ୍କ ଧାନ କିଣାଯାଉନି। ବିଭିନ୍ନ ବାହାନା କରାଯାଉଛି। ଏହାରି ମଧ୍ୟରେ ଟୋକେନ୍ ଅଚଳ ହୋଇଯାଉଛି। ଚାଷୀ ମାନେ ବାଧ୍ୟ ହୋଇ କମ୍ ଦରରେ ଦଲାଲଙ୍କ ହାତକୁ ଧାନ ଠେକି ଦେଉଛନ୍ତି। ଏହା ସହ କଟନିଛଟନି ସହ ବ୍ୟାପକ ଅନିମିୟତତା ମଣ୍ଡିରେ ଜାରୀ ରହିଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ କମିଟି। ରବି ମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ ସରକାରୀ ଧାର୍ୟ୍ୟଦରରେ କିଣିବାକୁ ଦାବି କରିଛି କଂଗ୍ରେସ। ଆସନ୍ତା ୨୯ତାରିଖ ଦିନ ଏସବୁ ଦାବିକୁ ନେଇ ଜିଲ୍ଲାର ବୋରିଗୁମ୍ମା, ଜୟପୁର ଆରଏମସି, କୋରାପୁଟ ଓ ସେମିଳିଗୁଡା ଠାରେ ସକାଳ ୮ଟାରୁ ୧୨ଟା ପର୍ୟ୍ୟନ୍ତ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଜି ଏ ନେଇ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଉପସଭାପତି ବିନୋଦ ମହାପାତ୍ର, କୋଷାଧ୍ୟକ୍ଷ ନିହାର ବିଷୋୟୀ, ମଦନ ମୋହନ ନାୟକ, ଭଗବାନ ବାହିନୀପତି, ନରି ମହାନ୍ତି, ଏ.ସନ୍ତୋଷ ରାଓ, ବସନ୍ତନାୟକ, କେ.ସୁଧାକର ରାଓ, ରାମ ନାୟକ, ଗିରୀଶ ପାଣିଗ୍ରାହୀ, ବୁଲୁ ଚୌଧୁରୀଙ୍କ ସହ ବିଭିନ୍ନ ବ୍ଲକର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର