କଂଗ୍ରେସର ଅଭିନବ ପ୍ରତିବାଦ, ପେଟ୍ରୋଲ ଲିଟର ପିଛା ବିକିଲା ୮୦ ଟଙ୍କା

ବନ୍ତଳା: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ରାଜ୍ୟ ସାରା ପ୍ରଦର୍ଶନ କରୁଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ କଂଗ୍ରେସ ଆଜି ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ବିକ୍ରିକରି ଅଭିନବ ବିରୋଧ ପ୍ରଦର୍ଶନ କରିଛି । ଅନୁଗୁଳ ଜିଲ୍ଲା ବନ୍ତଳାରେ କଂଗ୍ରେସ ପକ୍ଷରୁ ଲିଟର ପିଛା ୮୦ ଟଙ୍କା ଦରରେ ବିକ୍ରି କରିଛି । କଂଗ୍ରେସ ଆଜି ବନ୍ତଳାରେ ୫୦ ଲିଟର ପେଟ୍ରୋଲ ବିକ୍ରି କରିଛି ।

ସୂଚନା ଅନୁଯାୟୀ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ କରାଯାଇଥିଲା। ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଆଜି କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀମାନେ ବନ୍ତଳା ପେଟ୍ରୋଲ ଟାଙ୍କି ପାଖରେ ଅଭିନବ ବିରୋଧ କରିଥିଲେ। ପେଟ୍ରୋଲ ଲିଟର ୧୦୦ଟଙ୍କା ପାର ହୋଇଥିଲା ବେଳେ ଆଜି ବନ୍ତଳାରେ କଂଗ୍ରେସ ଲିଟର ପିଛା ୮୦ଟଙ୍କାରେ ବିକ୍ରି କରିଛି।

ସମ୍ବନ୍ଧିତ ଖବର